Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

4  

Pramila Mohanty

Inspirational

ସୁନାପୁଅ,,,,,,,,,,,,,,

ସୁନାପୁଅ,,,,,,,,,,,,,,

1 min
193



ସୁନାପୁଅ ଟିଏ 

ମାର ନୟନ ପିତୁଳା

ମଣି ମୁକ୍ତାର ସମ୍ଭାର ।


ମା ହୃଦୟରେ ମନ୍ଦାକିନିର

ସୁଧାମୟ ସୁପବିତ୍ର ଝର

ଯାହାକୁ ପାଇ ଗର୍ବ କରେ

ମାଟିଏ ସୁଖମୟ ଲାଗେ

ତାକୁ ଏ ବିଶାଳ ସଂସାର ।


ତା ବିନା ଲାଗଇ ସବୁକିଛି

ଉଖୁଳା ଉଖୁଳା ଛାଇଯାଏ

ଚାରି ଦିଗେ ଅନ୍ଧାକାର ।


ମମତା ଶିକୁଳିରେ ବାନ୍ଧି

ରଖେ ତାକୁ ପସାରି ପଣତ

ତା ପାଦର ଥୁକୁ ଥୁକୁ ଚାଲି

ପାରେନା କେ ଭୂଲି ସଜାଇ

ରଖେ ହୃଦୟ ସିନ୍ଦୁକେ ସାଇତି     

 ରଖେ ସ୍ମୃତିର ପରଶ ପୁଅର ।


ଖିଲି ଖିଲି ହସ ମା ପାଇଁ

ଚୁନା ଚୁନା ତାରାଫୁଲ

ବୁଣିଦିଏ ଗୌରବର ମୁରୁଜ

ମିଳଇ ଅନୁପମ ଆନନ୍ଦ

ତୋଳି ଦିଏ ରୂପା ପାଉଁଜୀର ଝଙ୍କାର।



Rate this content
Log in

Similar oriya poem from Inspirational