STORYMIRROR

Anupama Sahu

Children

3  

Anupama Sahu

Children

ସୁନାପିଲାଟିଏ ହେବି

ସୁନାପିଲାଟିଏ ହେବି

1 min
185

ତୁଣ୍ଡେ ନ କହିବି

କଟୁ ବଚନ 

ମଧୁୁର ବଚନେ 

ହରିିିବି ମନ।୧।


କାନେ ନ ଶୁଣିବି

ଅକଥା କିଛି 

ଭଲ  ଯେତେ ସବୁ 

ଦେଖିବି ବାଛି। ୨।


ଗୁରୁ ଗୁରୁଜନ 

କଥା  ମାନିବି 

ତାଙ୍କୁ ସେବା କରି 

ଧନ୍ୟ ହୋଇବି। ୩।


ଲଘୁୁୁୁଜନେ ସଦା 

ସ୍ନେହ ବାଣ୍ଟିବି 

ସତ୍ୟ କହିବାକୁ 

ଶିକ୍ଷା ମୁଁ ଦେବି। ୪।


ଆଜିିର କାମ ମୁଁ 

ଆଜି  କରିବି 

ଆଳସ୍ୟ ଜୀବନୁ 

ହଟାଇ ଦେବି। ୫।


ବିଦ୍ୟାଳୟ ଯିିବି

ହରଷ  ମୁଖେ 

ଭବିଷ୍ୟତରେ ମୁଁ 

ରହିବି ସୁଖେ। ୬।


ପଢା  ବେଳେ ପାଠ

ପଢିିବି ମୁହିଁ 

ଖେଳ  ବେଳେ ଖେେଳ 

ଖେଳିବି ଯାଇ। ୭।


ନିୟମ ପାଳନେ 

ଧ୍ୟାନ ମୁଁ ଦେବି 

ସୁନାପିଲାଟିଏ 

ମୁହିଁ ହୋଇବି। ୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children