Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Children

4  

Sachidananda Kar

Children

ସୁନାମ ପାରିବା ଧରି

ସୁନାମ ପାରିବା ଧରି

1 min
237


        ଗଛ ଯେତେ ଅଛି ଯେଉଁଠି ବି ଥାଉ

                  ସବୁ ତ ହେବନି ଗଣି

        ଯେତିକି ଗଣିବା ସବୁକୁ ତ ଆମେ

                  ପାରିବା ଦେବତା ମଣି ।।


        ବହି ଯେତେ ଅଛି କେତେ ଯେ ଭାଷାର

                  ପାରିବାନି ସବୁ ପଢି

        ଯେତିକି ପଢିବା ତହିଁରୁ ଶିଖି ତ

                  ଜୀବନ ପାରିବା ଗଢି ।।


        ଫୁଲ ଯେତେ ଅଛି ଗଛରେ ଲତାରେ

                  ସବୁ ଲାଗେ ନାହିଁ କାମେ

        ଯେତିକି ତୋଳିବା ଦିଅଁଙ୍କୁ ସେସବୁ

                  ଦେଇ ତ ପାରିବା ଆମେ ।।


        ପାଣି ଯେତେ ଅଛି ଯେଉଁଠି ବି ଥାଉ

                  ପିଇବାର ସବୁ ନୁହେଁ

        ପିଇବାର ଯେତେ ସେତକରୁ କିଛି

                  ଦେଇ ତ ପାରିବା ମୁହେଁ ।।


        ଫଳ ଯେତେ ଅଛି ଯାହା ଦେଖୁ ସବୁ

                  ସୁଆଦିଆ ଲାଗେ ନାହିଁ

        ପାଟିକି ଯେତିକି ଭଲଲାଗେ ତାହା

                  ସବୁ ତ ପାରିବା ଖାଇ ।।


        ଲୋକ ଯେତେ ସବୁ ଦେଖୁଥାଇ ନିତି

                  ସଭିଏଁ ନୁହନ୍ତି ଜଣା

        ଦେଖିଲେ କିଛି ତ ଥିବେ ନିଜ ଲୋକ

                  ହେଉ ପଛେ ହାତଗଣା ।।


        କଥା ଯାହା ଶୁଣୁ ସବୁତକ ନୁହେଁ

                  ମିଠା ମାଦକତା ଭରା

        କିଛି ତ କାନକୁ ସୁଖକର ଲାଗେ

                  ଥାଏ ଯାହା ମଧୁଝରା ।।


        କାମ ଯେତେ ଅଛି ସବୁ ନ ହେଲେ ବି

                  କିଛି ତ ପାରିବା କରି

        ସେତକକୁ ଯେବେ ଆଦରେ କରିବା

                  ସୁନାମ ପାରିବା ଧରି ।।


Rate this content
Log in

Similar oriya poem from Children