ତୁମେ ଶ୍ରେଷ୍ଠ ଧନୀ ମାନୀ ଗୁଣୀ
ସୁନାରେ ହୁଅ ଛାଉଣୀ
ଦେଖି ଭକତ ହୁଏ ଆଚମ୍ବିତ
ତୁମେ ତ ମଉଡମଣୀ
ତୁମେ ରାଜା ତୁମେ ତ ସୃଷ୍ଟିକାର
ତୁମ ପାଖେ କିରିଟି ସୁନା ଛାଉଣୀ
ତାକୁ ଦେଖି ତୁମ ମଥାରେ ଭକତ
ହୃଦୟେ ଉଛୁଳେ ଭକ୍ତି ଭାବ ପୁଣି
ଭଣ୍ଡାର ରକ୍ଷକ ନିଜେ ଜଗନ୍ନାଥ
ମହିମା କେ ପାରିବ ବଖାଣି
ତୁମ ସୁନାବେଶ ଦେଖି ଲଷ୍ମୀଠାକୁରାଣୀ
ସନ୍ତୋଷ ଚିତ୍ତେ ରାନ୍ଧନ୍ତି ବ୍ୟଞ୍ଜନ ଜାଣି
ଚଉଷଠି କଳା ଆହେ ନନ୍ଦବଳା
କେ ପାରେ କଳି ତୁମ ଧନ ଗଉଣୀ
ଏ ସୁନାବେଶ ନିମିତ୍ତ ମାତର
ତୁମେ ନିଜେ ସୁନା ଗଉଣୀ
ଫୁଲ ପାରିଜାତ ପ୍ରଜାପତି ଆତଯାତ
ସୁଗନ୍ଧ ବାସ ଉଜାଣି
ତୁମ ବେଶ ଦେଖି ରହୁ ଯଶ ମହାବାହୁ
ପିଉଛ ସୁନାକୁଅ ପାଣି ଛାଣି
ତୁମ ମନଲୋଭା ବେଶ ହୋଇବ ପ୍ରକାଶ
ସୁନାରେ ଥିବ ଛାଉଣୀ
ସବୁ ତୁମ ସୁନା ଦେଖି ଭକ୍ତ ଅନା
ଉଡେ ପତିତପାବନ ବାନା କହି ଋଣୀ
ଦେଖି ଏ ନେତ୍ର ହୁଅଇ ପବିତ୍ର
ପାଟିରେ ଅଧର ପଣା ବାଜିଲା ଜାଣି
ପାତକ ଛାଡିଲା ପଞ୍ଚ ଇନ୍ଦ୍ରୀୟରୁ ପୁଣି
ଆଖି ହେଲା ତୋଷ ଦେଖି ସୁନାବେଶ
କାନ ହେଲା ପବିତ୍ର ବେଦ ଶୁଣି
ଚର୍ମ ଟାଙ୍କୁରିଲା ଦେଖି ସୁନାବେଶ ଠାଣି
ପାଟି ବି ଚାଖିଲା ଅଧରପଣା ଅମୃତ ପୁଣି
ତୁମ ରଥ ପଥ କେଡେ ଯେ ଶାଶ୍ୱତ
ଜଗାଅ ଆଖିରେ ପାଣି
ଅମୃତ ପରଷି ବିଷ ଦିଅ ଛାଣି
ଲୁଣି ମିଶେ ସମୁଦ୍ର ଜଳରେ ପୁଣି
ଏଡ଼େ ମନ୍ତର ଯେ କରେ କେଡେ ବଡ଼ ଗୁଣୀ