STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ସୁନା ସଂସାର

ସୁନା ସଂସାର

1 min
13.5K


ମଣିଷ ଜାତିଙ୍କ ମନ ବୁଝେ ନାହିଁ

ନିଜର ସମ୍ପତି ଉପରେ

ଅନ୍ୟର ସମ୍ପତି ଭଲ ଲାଗେ ତାଙ୍କୁ

ଆଶା କରନ୍ତି ତାହାରି ଉପରେ

ନିଜ ସ୍ତ୍ରୀ ତାଙ୍କୁ ଲାଗୁଅଛି ଖଟା

ଯେତେ ସୁନ୍ଦରୀ ହୋଇଲେ

ପର ସ୍ତ୍ରୀ ତାଙ୍କୁ ମିଠା ଲାଗୁଥାଏ

ନଜର ତାଙ୍କରି ଉପରେ

ନିଜର ସ୍ୱାମୀ ଯେ ଭଲ ଲାଗେ ନାହିଁ

ଅନ୍ୟ ସ୍ୱାମୀ ଲାଗେ ଭଲ

ଅନ୍ୟ ସ୍ୱାମୀଙ୍କର ଗୁଣ ଗାଇ ଗାଇ

ହେଉଥାନ୍ତି କଲବଳ

ନିଜ ଘରଟା ଭଲ ଲାଗେନାହିଁ

ପର ଘର କଥା ଭାବନ୍ତି

ପର ଘର କଥା ଭାବି ଭାବି ଖାଲି

ନିଜ,,,ଘରକୁ ଅଶାନ୍ତି କରନ୍ତି

ନିଜ ଚାକିରିଟା ଭଲ ଲାଗେନାହିଁ

ଅନ୍ୟ ଚାକିରୀରେ ଆଶା

ଅନ୍ୟର କଥାକୁ ଆଲୋଚନା କରି

ଶେଷେ ହୁଅନ୍ତି ନିରାଶା

ମାଗି ଆଣିବା ତିଅଣ ଯେ

ଲାଗୁଥାଏ ବଡ଼ ସୁଆଦ

ଅନ୍ୟ ସମ୍ପତିରେ ନଜର ରଖିଲେ

ଆସିଯାଏ ବଡ଼ ବିପଦ

ନିଜର ପାଖରେ ଯେତେ ଯାହା ଅଛି

ଯଦି ,,ସେଥିରେ ଖୁସି ହୋଇବ

ଜୀବନଟା ନିଶ୍ଚେ ସରଳ ହେବ

ଖୁସିରେ ସଂସାର ଚଳିବ,,,

ଅନ୍ୟ ସମ୍ପତିରେ ନଜର ରଖିଲେ

ନିଜର ସଂସାର ଭାଙ୍ଗିବ

ଏ ଛୋଟ କଥାକୁ ବୁଝି ନପାରିଲେ

ତିନି ପାଞ୍ଜିରୁ ଖସିବ,,,

ସମସ୍ତ ପରିବାର କଥା କହୁନି କିଛି ପରିବାରଙ୍କ ପାଇଁ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational