ସୁନା ସମ୍ପର୍କ...
ସୁନା ସମ୍ପର୍କ...
ଏଇ ଅଗଣାର ଦୟାଣା ମାଳି ତୁ
ସେହି ଅଗଣାର ତୁଳସୀ,
ବାରମାସେ ତେର ପାର୍ବଣରେ ଆସୁ
ହସ ଫୁଲରେ ତୁ ବାରମାସୀ,
ବରଷକେ ଥରେ ଆସିଛି ଏ ରାକ୍ଷୀ
ମମତା ଡୋରୀରେ ଦେ ବାନ୍ଧି..
ପୂଣ୍ୟ ଏ ତିଥି ପବିତ୍ର ବନ୍ଧନେ
ଶୁଭ ମନାସରେ ତୁ ଦେ ଛନ୍ଦି
ସ୍ନେହ ଶ୍ରଦ୍ଧାର ଏ ରାକ୍ଷୀ ପୁନେଇଁ
ସଦା ରହିଥାଉ ମୂକ ସାକ୍ଷୀ
ଆମ ଏ ବନ୍ଧନ ତୋ ଫୁଲ ଚନ୍ଦନ
ମମତାର ମୂଲେ ହେଉ ବନ୍ଦୀ..!
