STORYMIRROR

Sachidananda Kar

Children

3  

Sachidananda Kar

Children

ସୁଖରେ ବିତିବ ଦିନ

ସୁଖରେ ବିତିବ ଦିନ

1 min
184

ସୁଖରେ ବିତିବ ଦିନ

------------------------------

      


କାହିଁକି ସେମିତି ନଈ ହେବା ଯିଏ

      ସାଗର ଛୁଇଁବ ନାହିଁ

ସେମିତିକା ଫୁଲ ହେବା କିଆଁ ଯିଏ

      ନୁହେଁ ଦେବତାଙ୍କ ପାଇଁ  ।।


ଫଳ ହେବା କିଆଁ ସେମିତିକା ଯିଏ

       ଭିତରେ ଭରିଛି ବିଷ

କହି ଜାଣିଥିବା ମୂକ ପରି ଥିବା

       ହେବା ସେହିପରି କିସ  ।।


ମେଘ ହେବାନାହିଁ ସେମିତିକା ଯିଏ

       ଛୁଇଁ ପାରିବନି ମାଟି

ଚାଷୀ ହେବା କିଆଁ ଚାଷବାସ ନାହିଁ

       ଅଛି ଜମି ବାଟୀ ବାଟୀ  ।।


କାହିଁକି ସେମିତି ଗୀତ ହେବା ଯିଏ

       କିଣି ପାରିବନି ମନ

ସେମିତି ମଣିଷ ହେବା କିଆଁ ଯିଏ

       ଚିହ୍ନି ପାରିବନି ଧନ  ।।


କାହିଁକି ହେବାରେ ସେମିତିକା ଜାଗା

       ଯିବା ଯୋଗ୍ୟ ଯିଏ ନୁହେଁ

ସେମିତିକା ପାଣି ହେବା କିଆଁ ଯିଏ

       ଦେଇ ହେବ ନାହିଁ ମୁହେଁ  ।।


ହେବା କିଆଁ ବନ୍ଧୁ ସେମିତିକା ଯିଏ

        ଭରସା ହୋଇବ ନାହିଁ

ସେମିତି ଘରଟେ ହେବା କିଆଁ ଯିଏ

        ନୁହେଁ ବସବାସ ପାଇଁ  ।।


ସପନଟେ ହେବା କାହିଁକି ସେମିତି

        ହେବ ନାହିଁ ଯିଏ ସତ

କାହିଁକି ସେପରି ଦେଶବାସୀ ହେବା

        ଦେବ ନାହିଁ ଯିଏ ମତ  ।।


ଭାବିବା କାହିଁକି ବରଂ ହେବା ଭଲ

        ଘାସ,ଲତା ଠାରୁ ହୀନ

ନିଜ କାମ ନିଜେ କରିଯିବା ଯେବେ

        ସୁଖରେ ବିତିବ ଦିନ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children