STORYMIRROR

pranati Mahapatra

Abstract

4  

pranati Mahapatra

Abstract

ସୁଖଦୁଃଖ

ସୁଖଦୁଃଖ

1 min
23.2K

ସୁଖଦୁଃଖ


💐💐💐💐💐

ଦିନ ଥିଲେ ରାତି ଅଛି

ଛାଇ ଥିଲେ ଖରା

ସୁଖଦୁଃଖ ସେହି ରୂପେ

ଆସିଥାଏ ପରା।


ଜନମ ନେଲେ ମରଣ

ଶିଶୁ ଥିଲେ ବୃଦ୍ଧ,

ସୁଖଦୁଃଖ ଜୀବନରେ

ମୁଦ୍ରାର ଦୁଇପାଖ।


ଜୀବନରେ ପରା ସତ୍ୟପଥେ ଯାଇ

ବିଭୁ ନାମ ସୁମରିଲେ,

ସୁଖଦୁଃଖ ହସକାନ୍ଦ ତା ପାଖରେ

ଜଣା ନ ପଡଇ ଭଲେ।


ଦୁଃଖ ଅଛି ବୋଲି ସୁଖ ତ ମିଳଇ

ଅନୁଭବ କରୁ ଆମେ,

ସୁଖଦୁଃଖ ପରା ଚିର ସହଚର

ଭୁଲିଗଲ କି ତୁମେ।


ଭାଇ ପରା ଭଉଣୀର

ସୁଖଦୁଃଖ ସାଥି,

ଭାଇ ସୁସ୍ଥ ହୋଇଯାନ୍ତୁ

କାଳିଆ ପାଖେ ବୀନତି।


ସୁଖ ପାଇଁ ମହାପ୍ରଭୁଙ୍କ ନିକଟେ

ସଭିଏଁ କରନ୍ତି ଅଳି,

ମୋତେ ଦେ କାଳିଆ ସଭିଙ୍କର ଦୁଃଖ

ତୋତେ ନିତି ହେବି ଭାଳି।


ସୁଖଦୁଃଖର ମୋ ସାଥି ହାତେ ହାତ ଛନ୍ଦି

ମହାପ୍ରଭୁ ଦେଇଛନ୍ତି ତାଙ୍କ ସାଥେ ବାନ୍ଧି

ଦୁଃଖକୁ ମୁଁ ସୁଖ ମଣି ଆପଣାର କରେ

ସୁଖଦୁଃଖ ସବୁ ସେହି ଆନ ଭାବି ନ ପାରେ।


ସୁଖ ବେଳେ ସବୁ ବନ୍ଧୁ ପରିଜନ 

ଆପଣାର ଆପଣାର

ଦୁଃଖ ବେଳେ ଛିଗୁଲେଇ କହୁଥାନ୍ତି

ସେ କିଏ ନୁହେଁ ଆମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract