ସୁଦର୍ଶନ ଚକ୍ର ଗରଜି ଉଠିବ
ସୁଦର୍ଶନ ଚକ୍ର ଗରଜି ଉଠିବ
ଏଠି ଦେଖୁଛି ଆଇନ ବହିରେ ଖାଲି ସମତା
ମମତାର ବିଧି ବିଧାନ
କାର୍ଯ୍ୟରେ ପାଉଛି ରୁଗ୍ଣ ମାନସିକତା ମିଛ
ପ୍ରତିଶ୍ରୁତି ଓ ମିଛ ଭାଷଣ |୧|
ଏଠି ଅଛି ଖାଲି ଯେନ ତେନ ଉପାୟରେ
ଧନ ଓ ବିଜୟ ନିଶାର ନିଶାଣ
କପାଳ ଲିଖନ କଥା କହି କହି ଚାଲୁଛି
ମଣିଷ ଉପରେ ମଣିଷର ଶୋଷଣ |୨|
ଏଠି ଅଛି ଖାଲି ଭାଷଣ ଓ ମିଛ ବନ୍ଧୁତା
ନାମେ ପରିବର୍ତ୍ତନ ଫୁଲର ଆହ୍ୱାନ
ଗୈରିକ ବସନ ପିନ୍ଧି ଗୈରିକ ଭାବନାକୁ
ଭୁଲି ଧର୍ମ ନାମେ ଖାଲି ଶୋଷଣ |୩|
ଭୁଲିଛେ ସମସ୍ତେ ଗୋପବନ୍ଧୁ ଦାସଙ୍କ
ଭାଷା ହୃଦୟରେ
"ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ" |୪
ଭୁଲିଛେ ଆମେ ସେହି ଭାବନା "ଦେଶର
ସ୍ୱରାଜ ପଥେ ଯେତେ ଗାଡ଼
କୁଆଡୁ ଆସିବ ସେ ମନ "ପୁରୁ ତହିଁ ପଡି
ମୋର ମାଂସ ହାଡ଼" |୫|
ଯେତେବେଳେ ଆମେ କର୍ମ ଠାରୁ ଦୂରେଇ
ଯାଇ ହୋଇଛେ କର୍ମ ଭୀରୁ
ପସନ୍ଦ୍ ହୋଇଛି ଭିକ ଦୂରେଇ "ସୁଦର୍ଶନ ଚକ୍ର ଗରଜି
ଉଠିବ ବଳୀୟାରଭୁଜ କରେ" ଭାବନାରୁ |୬|
ହେଲେ ପଳାୟନପନ୍ଥୀ ହେବ ପଳାତକ
ସତ୍ୟ ନ୍ୟାୟରୁ ଦୂରତା ଅନେକ
ନିଚ୍ଛକ ସତ୍ୟ କହିଲେ ଧୈର୍ଯ୍ୟ ନାହିଁ ସେଡିଶନ
ଧାରାକୁ କର ପ୍ରୟୋଗ ହୋଇ ପଳାତକ |୮|
ଯେତେ ଦୁଃଖ ଦୁର୍ଦ୍ଦଶା ଦେଲେବେ ଲୋକ
ହସା ହେଲେ ବି ନ ଥାଏ ଦୁଃଖ
ଆତ୍ମସମ୍ମାନ ଓ ସ୍ଵାଭିମାନକୁ ପୋଡି ଖାଇ
ପୁଣି ଥରେ ଅଗ୍ନିପଥର ଧମକ |୯|
ଛାତ୍ର ଯୁବକ କୃଷକ ଶ୍ରମିକ ବୁଦ୍ଧିଜୀବି
ହେ କବି ଓ ଲେଖକ
ମିଛ ପ୍ରତିଶ୍ରୁତି ମିଛ ପ୍ରଲୋଭନେ କିଆଁ
ସାଜିଛ ମୂର୍ଖ ନହୋଇ କେହି ଏକ |୧୦|
ଭାରତ ଭୂଇଁରେ ଏବେ ସତ୍ୟ ଧର୍ମ ଶାନ୍ତି
ପ୍ରେମ ଗଢ଼ିବା ଯଦି ଭାବିବା
ଦରକାର ଆଜି ପରିବର୍ତ୍ତନର ବେଳ ସଂସ୍କାର
ପାଇଁ ତନ ମନ ସମର୍ପଣ କରିବା |୧୧|
