ସଉଦା
ସଉଦା
କମ୍ ଅନ୍ ବେବି
କଣ ଗୋଟେ ଟିପିକାଲ୍
ଅଶିକ୍ଷିତ ଲେଡି ପରି ମା ହେବାକୁ ଚାହୁଁଛ ?
ଆମର ପାସ୍ ପୋର୍ଟ ଓ ଭିସା
ଯୋଗାଡ଼ ସରିଛି।
ଆସନ୍ତା ମାସରେ ଆମର
ପ୍ୟାରିସ, ଜର୍ମାନ, ଆମେରିକାରେ ସୋ ଫିକ୍ସ୍
କେତେ ଦିନର ସାଇତା ସ୍ୱପ୍ନ
ପାଣି ଫୋଟକା ପରି ମିଳେଇ ଯାଉ
ମୁଁ ଏହା ଚାହେଁନି।
ନିଜ ଇଚ୍ଛାରେ ଆବର୍ସନ କରିବ ତ ଭଲ
ନଚେତ ବାଧ୍ୟ କରି ତୁମକୁ
ଆବର୍ସନ କରିବାକୁ ନିଆ ଯିବ।
ଏ ଆମ ପ୍ରେମର ପ୍ରଥମ ସନ୍ତାନ
ଏକ ମାସର ଭୃଣ
କେଉଁ ଦୋଷ ପାଇଁ
ଦୁନିଆଁ ଆଲୋକ ଦେଖିବନି!!
ଓଃ..ବି ପ୍ରାକ୍ଟିକାଲ୍
ଏତେ ଇମୋସନାଲୄ ଫୁଲ୍ ହୁଅନି
ମା ହେଲେ ଜାଣିଛ
ତୁମ ଫିଗର୍ ବିଗିଡି ଯିବ ?
ଦର୍ଶକ କଣ ମିଛରେ ଟଙ୍କା ଫିଙ୍ଗୁଛନ୍ତି ?
କେବଳ ତୁମ ସେକ୍ସି ଫିଗର ପାଇଁ ନା ?
ସେତିକ ନ ରହିଲେ
ଆମ ଡ୍ୟାନ୍ସ ପାର୍ଟିକୁ
କିଏ ପଚାରିବ ?
ତା ଅର୍ଥ
ତୁମେ ମୋତେ ନୁହେଁ !
ମୋ ଫିଗର୍ "ସଉଦା "କରିବା ପାଇଁ
ଭଲ ପାଇବା ଅଭିନୟ କରି
ମୋତେ ବିବାହ ଜଞ୍ଜିରରେ ବାନ୍ଧିଛ !
