ସତ୍ୟପଥେ ପ୍ରାୟଶ୍ଚିତ
ସତ୍ୟପଥେ ପ୍ରାୟଶ୍ଚିତ
କିଏ ଜାଣେ କରିଥିବା କର୍ମ ମନ୍ଦ ଅବା ଭଲ
ଶୈଶବ କୈଶୋର ଥାଏ ସବୁ ଯେ ଭେଲ
ଅଜାଣତେ କର୍ମ ଅବା ନଥାଏ ତ ଜ୍ଞାନ
ଜ୍ଞାନୋଦୟେ ଭାବେ ସିଏ ଇନ୍ଦ୍ର ଚନ୍ଦ୍ର ସମାନ।
ଯୌବନ ସମୟେ କରିଥାଏ ଯେଉଁ କର୍ମ
ବୟସାଧିକ ହୋଇଲେ ବୁଝେ ତାର ମର୍ମ
କରିବାକୁ ପ୍ରାୟଶ୍ଚିତ ନ ଥାଏ ତ ବେଳ
ଅହରହ ଡାକୁଥାଏ ପାଶେ ତାକୁ କାଳ।
ସୁକର୍ମ ସୁପଥ ଥିଲେ ପ୍ରଭୁପାଶେ ଯିବ
ଅକର୍ମ ଅପଥ ଥିଲେ ବିନାଶ ହୋଇବ
ପ୍ରାୟଶ୍ଚିତ କରିବାକୁ ବେଳ ନ ଅଣ୍ଟିବ
ବେଳ ଥାଉ ସତ୍ୟପଥ ଯେ ଜନ ଧରିବ ।