STORYMIRROR

Bijay Prusty

Fantasy

3  

Bijay Prusty

Fantasy

ସତ୍ୟ ସନ୍ଧାନ

ସତ୍ୟ ସନ୍ଧାନ

1 min
208


ଏତେବଡ ଏଇ ଦୁନିଆକୁ

ଏତେଦିନ ଧରି ନିରେଖି ଦେଖିଲି

ହସ ଦେଖିଲି, କାନ୍ଦ ଦେଖିଲି,

ସୁଖ ଦେଖିଲି, ଦୁଃଖ ବି ଦେଖିଲି I

ସ୍ୱାର୍ଥପରତାରେ ବାନ୍ଧି ହେଲି

କପଟ ଫାସରେ ଛନ୍ଦି ହେଲି

ସତ୍ୟକୁ ସାମ୍ନା କଲି

ମିଥ୍ୟାରେ ପାଗଳ ବି ହେଲି I

ସବୁବେଳେ ଖରାପ ଦେଖି ଦେଖି

ଆଖି ମୋର ଜଳକା ହୋଇଗଲା

ସବୁକେଳେ ଖରାପ ଶୁଣି ଣୁଣି

କାନ ମୋର ବଧିରା ହେଲା I

ମିଥ୍ୟାର ମହା ସାଗରରେ

ସତ୍ୟକୁ ଖୋଜିଖୋଜି ନୟାନ୍ତ ହେଲି

ସତ୍ୟର ଛଦ୍ମ ଆବରଣ ଭିତରେ

ନିତିଦିନ ମିଥ୍ୟାର ସାମ୍ନା କଲି I

ସେଥିପାଇଁ ବୋଧହୁଏ

ଭଲ ଟିକିଏ ଭଲ ପାଇବା

ଟିକିଏ ଆତ୍ମୀୟତା 

ହୃଦୟରୁ ଝରି ଆସୁଥିବା ନିଜପଣ

ମନ ମୋର ଖୋଜି ହେଉଥିଲା I

କାହିଁକି କେଜାଣି 

ନିରୋଳା ଭଲ ପାଇବା 

ମୋତେ ଛଳନା ଛଳନା ଲାଗୁଥିଲା I

ସମୟ ଆଜି ସବୁ ଓଲଟାଇ ଦେଲା

ଭଲ ପାଇବା ଆଗରେ

ଛଳନା ମଥାନତ କଲା

ସତ୍ୟ ଆଗରେ 

ନିରବ ହୋଇଗଲା ମିଥ୍ୟା

ନିରୋଳା ପ୍ରେମର ସୁଆଦ

ସତରେ ନିଆରା 

କହୁନ ତୁମେ କଣ ଭାବୁଛ I

    


Rate this content
Log in

Similar oriya poem from Fantasy