Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ସତ୍ୟ କର୍ମରେ ଧର୍ମ ଅଛି

ସତ୍ୟ କର୍ମରେ ଧର୍ମ ଅଛି

1 min
316



ନଥାଏ କେବେ ମଣିଷର ଭାଗ୍ୟ କୌଣସି

ରାଶି ଅବା ନକ୍ଷତ୍ରରେ,

ନିଜେ ହିଁ ଭାଗ୍ୟର ନିର୍ମାତା ଉଇଲିୟମ 

ସେକ୍ସପିଅରଙ୍କ ଭାଷାରେ |୧|


ମୁଁ କରେନି କେଉଁ ମଣିଷର ଭାଗ୍ୟକୁ 

ତିଆରି ମୋ ନିଜର ହାତରେ,

ମଣିଷ ନିଜ ଭାଗ୍ୟ ତିଆରି କରେ ନିଜ 

ହାତେ ଗୀତା ଅନୁସାରେ |୨|


ସରଳ ଶ୍ରମିକ କୃଷକ ଙ୍କ ସହ ଛଳ କପଟ 

କରୁଥିବା ଶୋଷକ ବ୍ୟକ୍ତି,

ଦେଶ ଓ ନିଜ ର ବରବାଦିର ପଥକୁ ସଦା

ବେଳେ ଖୋଲି ଦେଇଥାନ୍ତି |୩|


ଅଦାଲତରେ ଯେଉଁ ସବୁ କରମ ଫଳର 

ବିଚାର, ହୋଇ ପାରେନା, 

ସମୟ ତାହାର ଦିନେ ନା ବିଚାର କରିଥାଏ 

ରଖିଥାଅ ନିଜର ମନେ |୪|


ମଣିଷର ଲୁହ ଓ ଲହୁ ହେଉଅଛି ବହୁ

ମୂଲ୍ୟବାନ ଏଇ ସଂସାରରେ,

ଅନ୍ୟ ଆଖିର ଲୁହେ ତିଆରି ସୁଖ ବେଶି

ଦିନ ତିଷ୍ଠି ରହେନି କେବେରେ |୫|


ଚନ୍ଦ୍ର ସୂର୍ଯ୍ୟ ସଦୃଶ, ଏହା ସତ୍ୟ ଯେ, ସରଗ 

ମର୍ତ୍ତ୍ୟ ବୋଲି କିଛି ନାହିଁ,

ଏଇଠି ସରଗ, ଏଇଠି ମର୍ତ୍ତ୍ୟ, ଭଲ କର୍ମେ 

ସୁଖ ମିଳଇ, ଭଉଣୀ ଭାଇ |୬|


ମୃତ୍ୟୁରେ ପତ୍ନୀ ଏରୁଣ୍ଡିବନ୍ଧ ଓ ସ୍ୱଜନ ମାନେ 

ଶ୍ମଶାନ ପର୍ଯ୍ୟନ୍ତ ଯାଆନ୍ତି,

କିନ୍ତୁ ଉତ୍ତମ କରମ ଫଳକୁ ମଣିଷ ସମାଜ 

ସବୁଦିନ ପାଇଁ ମନେ ରଖନ୍ତି |୭|


କର୍ମଫଳ ଅଟଇ ସଦା ନିଷ୍ଠୁର, ନିମିଷକେ 

ରଂକକୁ ରାଜା କରି ଦିଏ,

ସମୟର ଗତିରେ ନଜ କରମ ରାଜାକୁ 

ମଧ୍ୟ ଲଂଗଳା ଫକିର ବନାଏ |୮|


ଏଣୁ ଶାସ୍ତ୍ରରେ ପାଇବା "କର୍ମ କରିବ କଷ୍ଟ ସହି, 

କର୍ମରେ ଭଲ ମନ୍ଦ ନାହିଁ

ସତ୍ୟ କର୍ମରେ ଧର୍ମ ଅଛି, ଧର୍ମ କରିବ କର୍ମ ବାଛି," 

ଏ ସତ୍ୟକୁ ଭୁଲିବା ନାହିଁ |୯|



Rate this content
Log in

Similar oriya poem from Inspirational