Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ସତ୍ୟ ଅଟେ ପ୍ରେମ ମାର୍ଗ

ସତ୍ୟ ଅଟେ ପ୍ରେମ ମାର୍ଗ

1 min
377


ସତ୍ୟପଥ ଅଟେ ମନୁଷ୍ୟର ମାର୍ଗ

  ସତ୍ୟଗାମୀ ହୁଅ ଭାଇ,

ସତ୍ୟପଥେ ରହି ଶ୍ରୀପ୍ରଭୁ ଚରଣ

  ସେବ ନିସ୍ବାର୍ଥରେ ଭାଇ ।


ସତ୍ୟଗାମୀ ହୋଇ ଜନସେବୁ ଥିବୁ

   ଆଦରେ ଦେଶ ସେବିବୁ,

ଦୁଃଖୀ ଜନଙ୍କର ଦୁଃଖର ଲୋତକ

   ନିତ୍ୟେ ପଛି ଦେଉ ଥିବୁ ।


କର୍ତ୍ତବ୍ୟଟି ଏହା ଜୀବନଟି ଏହା

   ପ୍ରଭୁ ବଚନଟି ପରା,

ପ୍ରେମ ଭକ୍ତିଭରେ ପ୍ରାଣୀ ସେବୁଥିଲେ

   ଜୀବନ ଅମୂଲ୍ୟ ପରା ।


ଗୄହ ଜଞ୍ଜଳରେ ଆତୁର ନ ହୋଇ

   କର୍ମପଥେ ଚାଲ ଭାଇ

ନିଶ୍ଚଳ ମନରେ ପ୍ରଭୁଙ୍କ ଚରଣେ

   ନିତ୍ୟେଭକ୍ତି ରହୁ ଭାଇ ।


ରାଷ୍ଟ୍ର ଭକ୍ତି ଅଟେ ମନୁଷ୍ୟ ଜୀବନ

   ଜନସେବା ଅଟେପ୍ରାଣ

ଗୄହ ସେବା ଅଟେ କର୍ତ୍ତବ୍ୟ ଆମର

   ଗୁରୁ ଭକ୍ତି ସମର୍ପଣ ।


ପ୍ରେମ ଭକ୍ତି ଅଟେ ପ୍ରଭୁଙ୍କର ସେବା

   ମିଳିବ ପବିତ୍ର ଧାମ

ଅମୂଲ୍ୟ ଜୀବନ ଅର୍ପିତ କରହେ

   ଅଟେ ସତ୍ୟପଥ ଧାମ ।


ରତ୍ନ ସିଂହାସନ ଅପୁର୍ବ ବୈଭବ

   ପ୍ରୟୋଜନ କିଛି ନାହିଁ, 

ପ୍ରଭୁ ଶ୍ରୀଚରଣେ ଭକ୍ତି ରହୁ ନିତ୍ୟେ

   ରହୁ ଆଶିର୍ବାଦ ତହିଁ ।


ଏହୁ ପ୍ରେମ ଦିଅ ହୃଦୟେ ମୋହର

   ନିସ୍ବାର୍ଥର ଭକ୍ତି ଗୁଞ୍ଜୁ,

ଧର୍ମ ପଥେ ଦିଅ କର୍ମ ଜ୍ଞାନ ମୋର

   ଜନପ୍ରତି ପ୍ରେମ ଗୁଞ୍ଜୁ ।


ଜୀବ ପ୍ରତି ରହୁ ପ୍ରେମ ଅହରହ

  ଆଶିର୍ବାଦ ପ୍ରଭୁ କର,

ରାଷ୍ଟ୍ର ପ୍ରତି ପ୍ରେମ ସମର୍ପଣ ଭାବ

   ଜୀବନ ଯାତ୍ରାରେ କର ।


ପିତୃମାତୃ ସେବା ମନ୍ତ୍ର ହେଉ ହୃଦେ

  ରହୁ ଅତିଥିଙ୍କ ଭକ୍ତି,

ଜନଜନ ସେବା ଜପମାଳି ହେଉ

  ହୃଦୟରେ ପ୍ରଭୁ ଭକ୍ତି ।


ସବରୀର ପରି ପ୍ରେମ ଭକ୍ତି ଦିଅ

  ପ୍ରଭୁ ପ୍ରେମେ ବିଭୂଷିତ,

ତାର ପ୍ରେମ ଭକ୍ତି କରିଲା ଅଥୟ

  ଅଇଁଠା ଫଳ ଅମୃତ ।


ପ୍ରେମରେ ଗ୍ରହଣ କଲ ଜଗନ୍ନାଥ

  ନୈବେଦ୍ୟ ହେଲା ତହର,

ତହର ପୁରରେ ସ୍ଥାନ ହେଲା ତାର

  ନିସ୍ବାର୍ଥ ଭକ୍ତିରେ ତୋର ।


ସେହୁ ପ୍ରେମ ଭକ୍ତି ଦିଅ ଜଗନ୍ନାଥ

  ଜ୍ଞାନ ଭରି ଦିଅ ହୃଦେ,

ଗୁଞ୍ଜୁ ଥାଉ ନାମ ହୃଦୟେ ମୋହର

  ପ୍ରେମ ଭକ୍ତି ରହୁ ହୃଦେ ।


Rate this content
Log in