ସ୍ତ୍ରୀ -ଜୀବନର ଏକ ନୂଆ ଦିଗ
ସ୍ତ୍ରୀ -ଜୀବନର ଏକ ନୂଆ ଦିଗ
ବଡ଼ ଅଜବ ନା ଏ ଦୁନିଆର ନିୟମ ଆଉ କାନୁନ
ସମସ୍ତେ ଏଠି ବଂଚିବା ଲାଗି ସମସ୍ତଙ୍କ ଉପରେ ନିର୍ଭରଶୀଳ
କେତେ ବେଳେ ମଣିଷ ଉଦ୍ଭିଦ ଉପରେ
ତ କେବେ ସେମାନେ ଜୀବ ଜନ୍ତୁଙ୍କ ଉପରେ
ଭଗବାନ ବି ବିଚିତ୍ର ଲୀଳାକାରୀ
କେତେ ସୁନ୍ଦର ଗଢିଛନ୍ତି ଏ ସଂସାର କୁ
ପର୍ଯ୍ୟାୟ କ୍ରମେ ସବୁ ଖଞ୍ଜିଛନ୍ତି ସମସ୍ତଙ୍କ ଲାଗି
ସେଭଳି ଜୀବନର ଅଧା ଅଧି ପାହାଚରେ
ଆସି ପହଞ୍ଚେ ଏକ ନୂଆ ଅତିଥି ଅଜଣା ରୂପରେ
ନା ସେ ଜାଣେ ଆମକୁ ନା ଆମେ ଜାଣୁ ତାଙ୍କୁ
ତଥାପି ସେ ବାନ୍ଧିବସେ ଏକ ଅଜଣା ଡୋର ସମସ୍ତଙ୍କ ମଧ୍ୟରେ
ନିଜର ଅତି ଆପଣାର ସବୁକୁ ଛାଡି ପାଦ ବଢ଼ାଇ ଥାଏ
ଏକ ନୂତନ ପୃଥିବୀ ଗଠନରେ ସବୁ ନୁଆ ସମ୍ପର୍କକୁ ନେଇ
ମା ବାପା ଦିଅନ୍ତି ଶିକ୍ଷା ଦୀକ୍ଷା ଜୀବନାଚାର୍ଯ୍ୟର କୌଶଳ
ହେଲେ ଜେବେଠାରୁ ଆସେ ନୂଆ ଅତିଥି ସ୍ତ୍ରୀ ରୂପରେ
ସବୁକିଛି ବଦଳେ ନୂଆ ରୂପରେ ନୂଆ ଢଙ୍ଗରେ
ଜୀବନ ରାସ୍ତାକୁ ଚାଲିବାକୁ ମିଳିଯାଏ ଆଉ ଦୁଇ ନୂଆ ପାଦ
ନୂଆ ଏକ ସମ୍ପର୍କ ଯିଏ ବାନ୍ଧେ ବନ୍ଧ ଶେଷ ନିଶ୍ୱାସ ଯାଏ
ପ୍ରତି ପାଦରେ ହସରେ ଦୁଃଖରେ ସାଥି ହୁଏ ଆଗକୁ ବଢିବାକୁ ସାହସ ଦିଏ
ଜୀବନ ଅଗଣାରେ ଫୁଲଟିଏ ଫୁଟିବାକୁ
ଢାଳି ଦିଏ ତାର ସ୍ନେହ ପ୍ରେମ ଆଉ ଭଲପାଇବାକୁ ବିନା ସର୍ତରେ
ଧୀରେ ଧୀରେ ମା ପରି ହୋଇ ଯାଏ ସହନଶିଳା
ସବୁ ସହି ସହି ଜୀବନର ରାସ୍ତାକୁ ଫୁଲରେ ଭରିବାକୁ
