STORYMIRROR

Bikesh Sahu

Tragedy

3  

Bikesh Sahu

Tragedy

ସତରେ କ'ଣ ତୁମେ ଆସିଛ

ସତରେ କ'ଣ ତୁମେ ଆସିଛ

1 min
13.5K


ପ୍ରିୟା

ତୁମ ସ୍ମୃତିର ମାଦକତାରେ ମଦମତ୍ତ ହୋଇ

ବାସ୍ତବ ବି ଆଜି ସାଜିଛି ଅବାସ୍ତବ

ତୁମ ପ୍ରୀତି ନିଶାରେ ନିଶାସକ୍ତ ହୋଇ

ସତ ବି ସାଜିଛି ମିଛ

ସତରେ କଣ ତୁମେ ଆସିଛ

ବାସ୍ତବ ବି ଆଜି ଏଇ ମୋ ଆଖିରେ

ସାଜେ କାହିଁ ଅବାସ୍ତବ ।

ଅବାସ୍ତବର ନିସ୍ତଦ୍ଧ ସହରେ

ଜୀବନ ଜୀଉଁ ଜୀଉଁ

ଭୁଲି ସାରିଛି ମୁଁ ବାସ୍ତବତା

ନୀତି ନୀତି ତ ତୁମେ ଆସ

ଇନ୍ଦ୍ରଧନୁର ଓଢଣା ଟାଣି

କେତେ କଥା କହିଯାଅ

ଆମ ସେଇ ବିତା ଅତୀତର

ଦେଇଯାଅ ପୁଣି ଫେରିବାର ପ୍ରତିଶ୍ରୁତି

ହେଲେ କଣ ତୁମେ ଆସ

କୁହ କେମିତି ବା କରିନେବି

ଆଜି ପୁଣି ଥରେ ତୁମକୁ ବିଶ୍ୱାସ

ଅବାସ୍ତବକୁ ଆଉଥରେ

କେମିତି ବା ଦେବି ବାସ୍ତବର ରୂପ

ସତରେ କଣ ତୁମେ ଆସିଛ

ଅମାନିଆ ମନ କାହିଁ ଆଜି ପ୍ରିୟା ତୁମ ପାଇଁ

ହୁଏ ଆଜି ଛଟପଟ

ନିସ୍ତବ୍ଧ ଏଇ ରାତିଟାରେ ବି

ଶୁଭେ କାହିଁ ରୁମଝୁମ ହୋଇ

ତୁମ ପାଉଁଜିର ଶବ୍ଦ

କେତେ ଯେ ଅବାନ୍ତର ପ୍ରଶ୍ନ ଭିତରେ

କାହିଁକି ଯେ ମୋ ପାଇଁ ତୁମେ ନେଇଯାଅ

ପ୍ରଶ୍ନବାଚୀର ରୂପ

କୁହ ପ୍ରିୟା ସତରେ କଣ ତୁମେ ଆସିଛ………


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy