"ସତରେ କ'ଣ ମୁଁ ଅଭିଶପ୍ତ"
"ସତରେ କ'ଣ ମୁଁ ଅଭିଶପ୍ତ"
ଯାହାକୁ କଲି ମୁଁ
ଯେତେ ବିଶ୍ଵାସ
ସେ ବିଶ୍ଵାସେ
ଦେଲା ମୋର
ସେତେ ବିଷ
ପ୍ରାଣ ପ୍ରିୟାଠାରୁ
ବନ୍ଧୁ ପରିଜନ ଯାଏଁ
ସମସ୍ତେ କରନ୍ତି
ମୋତେ ହନ୍ତସନ୍ତ
ଯେହେତୁ ମୁଁ ସରଳ,
ମୁଁ ନିଷ୍କପଟ,
ମୁଁ ସଚ୍ଚୋଟ
ସେ ପାଇଁ ପାଉଛି କି
ଏତେ କଷ୍ଟ
ବେଳେବେଳେ
ମନେ ଉଙ୍କିମାରେ
ପ୍ରଶ୍ନ ଅଗଣିତ
ସତରେ କ'ଣ ମୁଁ ଅଭିିଶପ୍ତ ?
ଯାହାକୁ ଭାବିଲି ନିଜର
ଯାହାକୁ ଚିିନ୍ତିଲିିି
ଆତ୍ମୀୟ ସ୍ଵଜନ
ସେ ମୋ ଜୀବନକୁ
କରନ୍ତି ହୀନିମାନ
ସେଥିପାଇଁ ମୁଁ ନୁହେଁ
କାହା ବିଶ୍ଵାସର ପାତ୍ର
ମୋ ପାଇଁ ବି ଆଜି
କେ ନୁହେଁ ବିଶ୍ଵସ୍ତ ।
ବନ୍ଧୁ, ବାନ୍ଧବୀ, ପରିବାର,
ପରିଜନଙ୍କ ଠାରୁ
ପ୍ରତି କ୍ଷେତ୍ରେ
ହୋଇ ପ୍ରତାରିତ
ପ୍ରତି ମୁହୂର୍ତ୍ତେ
ହୁଏ ମୁଁ ଅନୁତପ୍ତ
ଆଶା ରଖି ନାହିଁ
ସେମାନଙ୍କଠୁ
କରିବାକୁ କିଛି ପ୍ରାପତ
ଆକାଂକ୍ଷା ବି କିଛି
ମନେ ରଖି ନାହିଁ
କରିବାକୁ ଧନ ସମ୍ପଦ
କିଛି ହସ୍ତଗତ
ଏ ପାର୍ଥିବ ସମ୍ପଦେ
ମନ କେବେ ହୋଇନାହିଁ
ମୋ'ର ମୋହିତ
ତେବେ ସଭିଙ୍କ ପାଶେ
ହୁଏ କିମ୍ପା ମୁଁ ଲାଞ୍ଛିତ
କି ପାଇଁ ହୁଏ ମୁଁ ଘୃଣିତ ?
ମୁଁ ଦେଖେ ନାହିଁ
ବୋଲି ମୋ ସ୍ଵାର୍ଥ
ବିତାଏ ଜୀବନ
ବୋଲି ତ୍ୟାଗପୂତ
ସେ ପାଇଁ ପରିବାର
ପରିଜନଙ୍କ ଠାରୁ
ପ୍ରେମିକା, ବନ୍ଧୁ ବାନ୍ଧବୀଙ୍କ ଯାଏଁ
ସଭିଙ୍କ ଦ୍ଵାରା ହୁଏ କି ଭର୍ତ୍ସିତ
ମନ ମୋ'ର କୁହେ
ସତରେ କ'ଣ ମୁଁ ଅଭିଶପ୍ତ ?
