ସତେ ଯଦି ତୁହି
ସତେ ଯଦି ତୁହି
ସତେ ଯଦି ତୁହି କାଳିଆ ଠାକୁର
ସତେ ତୁ ଜଗତପତି
ସତେ ଯଦି ତୋର ଅଖଣ୍ଡ ଶକତି
ପାପୀକୁ ଦେଉ ମୁକତି
ସତେ ଯଦି କିଛି ଭଲ କାମ ପାଇଁ
କିଛି ପୁଣ୍ୟ ହୁଏ ଠୁଳ
ସତେ ଯଦି ସେହି ପୁଣ୍ୟ ଫଳ ବଳେ
ମିଳେ ତୋ ପଦ କମଳ
ତେବେ ମୋ ଜୀବନ ହେଉ ପଛେ ଲୀନ
ଏତିକି କରୁଣା କର
ଅତୃପ୍ତ ଥିଲେ ମୋ ବୋଉର ଆତ୍ମାକୁ
ତୋ ପାଦରେ ମୋକ୍ଷ କର
ଚିତ୍ତ ରଞ୍ଜନ ଲେଙ୍କା (କଟକ)