STORYMIRROR

Goutam Mohanty

Abstract

2  

Goutam Mohanty

Abstract

ଷୋହଳ କଳା

ଷୋହଳ କଳା

1 min
246

କରୁଣା ସାଗର ଆହେ ଜଗନ୍ନାଥ

ଦୀନଜନର ବାନ୍ଧବ, 

ଖୋଜୁଛି ତୁମକୁ ଭବ ପାରାବାରେ

ଦେଖା ଦିଅ ହେ କେଶବ

ଲୋବାନାହିଁ ପ୍ରଭୁ ଆନ ଦରବରେ 

ଲୋଡେ ପ୍ରଭୁ ଶ୍ରୀଚରଣ, 

ନୟନର ଜଳେ ଧୋଇବି ଚରଣ

ସେହି ମୋର ଖୁସି ଜାଣ

କରୁଣା ସାଗର

ଶ୍ରୀରଙ୍ଗା ଚରଣ ଦିଶେ ଜଳ ଜଳ 

ମାନସ ଚକ୍ଷୁରେ ମୋର, 

ଭକ୍ତି ନୈବେଦ୍ୟ ମୁଁ  ରଖିଛି ସଜାଡି

ଅରପିବି ପାଦେ ତୋର

କଳା ଠାକୁର ହେ ଷୋଳ କଳା ତୋର

ଗୋଟେ କଳା ଦିଅ ମୋତେ, 

ଭକତି କଳାଟି ମାଗୁଣି ମୋହରି

ଅର୍ଘ୍ୟ ଦେବି ପରା ତୋତେ

କରୁଣା ସାଗର

ଭକତି ସିନ୍ଧୁରେ ଲୀନ ହେବି ମୁଁ ଯେ

ଭଜୁଥିବି ତୁମ ନାମ, 

ମହାତୀର୍ଥ ମୋର ତୁମ ଶ୍ରୀଚରଣ

ସେହି ମୋର ଚାରିଧାମ

କରୁଣା ସାଗର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract