ଷଣ୍ଢ
ଷଣ୍ଢ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
- କରୋନା ର ଆତଙ୍କ
- ଦୋକାନ ବଜାର ବନ୍ଦ
- ଘର ଭିତରେ ଲୋକ
- ଭୋକରେ ଆଉଟ ପାଉଟ
- ଆମ ପରିଚିତ ଦେଖିଆସୁଥିବା ସମ୍ପର୍କ
- କିଏବା ବୁଝିବ ତାର ଦୁର୍ଦଶା
- କେତେବେଳେ କୁଆଡେ
- ନାଳ ନର୍ଦମାର ଜଳ ବା
- ସହର ର ପଚାଷଢା ଅଇଁଠା ପତର
- ତାର କପାଳରେ ଧରା ବନ୍ଧା ।
- ସବୁଜ ଘାସ କି କଅଁଳିଆ ପତ୍ର ଲତା
- ବଜାର ରେ କେଉଁଠିବା ଅଛି,
- ସବୁଆଡେ ସିମେଟ ପାଚେରୀ
- ଗଛମାନେ ବନ୍ଦୀ ରେ ବଂଚନ୍ତି
- ତାକୁଦେଖି ହସିଦେଇ ମୁହଁ ଫେରେଇ ଆଣନ୍ତି
- ଦିନ ରାତି ସମାନ ତା ପାଇଁ
- ରାତ୍ରିହେଲେ ଜେମାଶୁଣି ପୀଠ
- ଓସ୍ତ ଗଛ ତଳେ ବା ସ୍କୁଲ ପିଣ୍ଢା ରେ
- ନିଧଡକ ସମୟ ମଧ୍ୟରେ
- ନିଦ ତାକୁ ଭୟ କରେ ।
- ନିଦାଘର ଝାଂଜି ବା ବର୍ଷା,ଶୀତ ରାସ୍ତାରେ ଯାତ୍ରୀ ଟିଏ
- ଦିନତମାନ ବାର ପିଣ୍ଢା ଦେଇ
- ଦୋକାନୀ କଂ ଭିତରୁ କିଏଜଣେ ଅଧେ
- ଦଶ ଟାଙ୍କିଆ ବିସ୍କୁଟ ପକେଟ ଦେଇ
- ଆତ୍ମ ତୃପ୍ତି ପାଏ ତ କିଏ କେଟିଲ ର ଗରମ ପାଣି ଫୋପାଡ଼ି ଘଉଡ଼ାଇ ଦିଏ
- ସବୁ ଯେମିତି ତାକୁ ଘୃଣା କରନ୍ତି
- କାରଣ ସେ ଷଣ୍ଢ ।