ଷଡ଼ ଚକା ଗାଡି
ଷଡ଼ ଚକା ଗାଡି
ସରିଲା ଜୀବନ ଅସ୍ତ ସୂର୍ଯ୍ୟ ସମ
ବହିଲାଣି ଅଣଚାଶ
ବେଳ କେଇ ଘଡି ଜୀବ ଯିବ ଛାଡି
ହୋଇଯିବ ସର୍ବନାଶ
ପ୍ରଭୁ, ତୁମେ ଯିବ ତୁମ ବାସ ।
ଅଢେଇ ଦିନକୁ ହାଟ କରିବାକୁ
ସଜେଇଲ ଘୋଡାଗାଡି
ଷଡ଼ଚକା ଗାଡି ପଚିଶ ଦଉଡି
ପାଞ୍ଚ ଅଶ୍ୱ ନେଲେ ଭିଡି
ମନ ତ ସାରଥି ରଥ ବାହେ ନିତି
ବସି ଦେଖ ପୀତବାସ ।
ତୁମ ଇଙ୍ଗିତରେ ସାରଥି ରଥରେ
ଦିଗକୁ ଦିଏ ସଜାଡି
ପାପ ପୁଣ୍ୟ କେତେ ପସରା ସହିତେ
ଚାଲିଥିଲା ରଥ ଗଡି
ସରିଯିବ କାଳ ପୁରିଯିବ ବେଳ
ପୁରିଯିବ ତ ଆୟୁଷ ।