STORYMIRROR

Binodini Dash

Inspirational Others

2  

Binodini Dash

Inspirational Others

ସର୍ତ୍ତ

ସର୍ତ୍ତ

1 min
77


ସର୍ତ୍ତ ନିଃଶବ୍ଦରେ ସଜାଡୁଥାଏ


ପରିବାର, ଗାଆଁ, ଅନୁଷ୍ଠାନ


ଦେଶ ଓ ବିଦେଶ 


ସଭିଏଁ ବନ୍ଧା ପଡିଥାନ୍ତି


ଅଲିଖିତ ଅଘୋଷିତ ଭାବେ


ବନ୍ଧା ପଡ଼ିଥାଏ ଆୟୁଷ ବୟସ ।



 


ଏକଥା ବାସ୍ତବ ସତ୍ୟ,


ନିଜେ ବି ନିଜଠାରେ ବଞ୍ଚିବାର 


ଅନୁଶାସନ ଥିଲେ ହିଁ


ମିଳଇ ଜୀବନାମୃତ ।



ସର୍ତ୍ତଟି ହେଉଛି ମାନବ ଶୃଙ୍ଖଳା


ସର୍ତ୍ତହୀନ ହେଲେ ମିଳେନାହିଁ


ଯଶ କି ପୈାରୁଷ 


ନିଃସର୍ତ୍ତର କର୍ମ ଫଳେ,


ସନ୍ଦେହଟି ନାହିଁ ତିଳେ,


ସର୍ତ୍ତ ହିଁ ସାଧନା, ବଂଶୀର ମୂର୍ଚ୍ଛନା


ସମୟର ନଈକୂଳେ ।



ସର୍ତ୍ତ ସାଉଣ୍ଟି ଆଣେ ଜୀବନର ସୁଖସମ୍ପଦ


ଉଜାଡି ବି ଦିଏ 


ତା'କୁ କଲେ ଅବହେଳା 


ଶୃଂଖଳାର ସୂତା ଖିଅ


ସମ୍ପର୍କର ଫୁଲରେ ଗୁନ୍ଥି ଦିଏ


ହୃଦୟରୁ ହୃଦୟକୁ


ମନରୁ ମନ୍ବନ୍ତର 


ଜନ୍ମରୁ ମରଣ ମୁକ୍ତିମାର୍ଗ ଯାଏ।


Rate this content
Log in

Similar oriya poem from Inspirational