Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Parida

Inspirational

3.5  

Chittaranjan Parida

Inspirational

ସର୍ତ୍ତ

ସର୍ତ୍ତ

1 min
115


ସାଜି ଏକ ଅନ୍ଧ ପ୍ରେମିକ 

ତୁମକୁ ପାଇବା ନିଶାରେ

ତୁମର ସବୁ ସର୍ତ୍ତକୁ ମାନିନେଲି

ଜିତିବାର ଆନନ୍ଦରେ ତୁମେ ମଜଗୁଲ୍

ମୁଁ ଏବେ ଦିଗହରା ଅଶାନ୍ତ ବୁଲବୁଲ୍ ।

ନିସର୍ତ୍ତ ପ୍ରେମ ଅଟେ ଦୀର୍ଘସ୍ଥାୟୀ

ସର୍ତ୍ତେ ପ୍ରେମ ହୁଏ କ୍ଷଣସ୍ଥାୟୀ 

ବୁଝିବା ସେତେବେଳେ ଥିଲା

ମୋ ଜ୍ଞାନର ପରିଧି ବାହାରେ

ଆଜି ଜାଣିଲା ବେଳକୁ

ମୋ ପାଦତଳର ମାଟି

ଖସିଯାଏ ତଳକୁ ତଳକୁ ।

ନିସର୍ତ୍ତରେ ମୋତେ ସଂସାରକୁ ଆଣିଥିବା

ମୋ ଚଳନ୍ତି ଦେବତା

ତୁମ ସର୍ତ୍ତେ ଅବହେଳିତ

ଗାଁର କଞ୍ଚାକାନ୍ଥ ନଡ୍ଡାଛପର ତଳେ

ରୋଗଗ୍ରସ୍ତ ନିସହାୟ ହୋଇ

ମୋ ପାଇଁ ବସିଛନ୍ତି ଚାହିଁ ।

ମୁଁ ସୁରମ୍ୟ 'ପ୍ରୀତିନୀଡ଼'

ଶୀତତାପ ନିୟନ୍ତ୍ରିତ କକ୍ଷେ

ତୁମ ସର୍ତ୍ତର ଲକ୍ଷ୍ମଣରେଖା ମଧ୍ୟେ

ଅସହାୟେ ଜୀବନ କାଟୁଛି,

ମୋ ଗାଉଁଲି ସମାଜରେ

ମୁଁ ଏକ ଚର୍ଚ୍ଚିତ ଚେହେରା

ପ୍ରିୟ ପରିଜନଙ୍କ

ଅଭିଶାପର ପାହାଡ଼ ମୁଣ୍ଡାଇ

ପାଲଟିଛି ଅଜାତଶତ୍ରୁ ।



Rate this content
Log in

Similar oriya poem from Inspirational