Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ସର୍ତ୍ତ

ସର୍ତ୍ତ

1 min
190



ସର୍ତ୍ତ ରଖ ହେ ଶାନ୍ତନୁ

ଗଙ୍ଗାଙ୍କୁ ପାଇବା ଆଶାରେ

"ଗଙ୍ଗା କହିଲେ ରହିବି

ଗାଙ୍ଗୀ କହିଲେ ଚାଲିଯିବି" ।


ସର୍ତ୍ତ ରଖ ପିତାମହ

ଅବିବାହିତ ଜୀବନର ପାଇଁ

ରାଜ୍ୟ ପାଇବାର ଆଶା

ତ୍ୟାଗ କର

ତୁମ ଔରସରୁ ଜନ୍ମ

ନେବେ ନାହିଁ କେହି

ଅମ୍ବିକାର ଅଭିଶାପ

ନପୁଂସକ ହାତେ ତୁମ ମୃତ୍ୟୁ ।


କିଂକର୍ତ୍ତବ୍ୟ ଅନ୍ଧ ଧୃତରାଷ୍ଟ୍ର

ଗାନ୍ଧାରୀଙ୍କ ଆଶିର୍ବାଦ

"ଧର୍ମର ଜୟ ଆଉ

ପାପର ବିନାଶ"

ସବୁ ସର୍ତ୍ତ ରୂପି

ଅଭିଶାପ ନେଇ ।


ଶିଶୁପାଳ ଫେରିଯାଏ

ଅଭିଳାଷ ଓ ଅଭିନୟ ନେଇ

କୃଷ୍ଣଙ୍କର ସର୍ତ୍ତ ଥିଲା

ଏକଶତ ଭୁଲ କ୍ଷମଣୀୟ 

ଗର୍ବରେ ଅନ୍ଧ

ସୁଦର୍ଶନ କାଟଇ ମସ୍ତକ ।


ଜୟଦ୍ରଥ ମୁଣ୍ତ 

ଉଡି ଉଡି ଯାଏ

ପିତାର କୋଳକୁ

ବିସ୍ଫୋରଣେ ପିତା ହୁଏ ମୃତ ।


ଭୀମ ଉପାଡିବ

ଦୁଃଶାସନ ବାହୁ

ଦ୍ରୋପଦୀ ବାନ୍ଧିବ ତା କେଶ

ମାନ ସରୋବରେ

ଜାନୁଚ୍ଛେଦ ଦୁର୍ଯ୍ୟୋଧନର

ସବୁ ସର୍ତ୍ତର କବଳରେ 

ସବୁ ଦେଖେ ବେଳାଳସେନ

ସର୍ତ୍ତ ର ଭିତରେ ।


ପୁତ୍ର ତ୍ୟାଗ କରେ

ବୃଦ୍ଧ ପିତାମାତା

ପରିବାର ଭାଙ୍ଗିଯାଏ

କି ବିଚିତ୍ର ଶଦ୍ଦ 

କ'ଣ ରହିଛି

ଛୋଟ ଏକ ସର୍ତ୍ତର ଭିତରେ।



Rate this content
Log in

Similar oriya poem from Inspirational