STORYMIRROR

Pranati Jena

Inspirational

3  

Pranati Jena

Inspirational

ସ୍ରଷ୍ଟା

ସ୍ରଷ୍ଟା

1 min
211

ଦୟାମୟ ପ୍ରଭୁ କରୁଣା କୈବଲ୍ୟ

ବାଣ୍ଟି ଦିଅ ସଂସାରରେ.... 

ମୁକ୍ତ କରିଦିଅ ପାପରୁ ପୂଣ୍ୟର 

ମହସ୍ରୋତ ଜୀବନରେ... 


ସ୍ରଷ୍ଟା ନ ଶୁଣିଲେ ସୃଷ୍ଟି ହାରିଯିବ 

ତୁମ ଯଶ କଳଙ୍କରେ... 

ପିତା, ମାତା ହୋଇ କିପରି ସହିବ 

ଏହି କଷ୍ଟ ହୃଦୟରେ.. 


ଦେଖୁଛ କି ପ୍ରଭୁ ସହିବା ଶକତି 

ପରଖୁଛ ପରାଣରେ... 

ଅନାଥର ନାଥ ନ ରଖିବ ଯଦି 

ମାନ ନ ରହେ ସଂସାରେ... 


ହେ ଦୀନବାନ୍ଧବ ଜଗତର ନାଥ 

କରୁଛି ହୃଦେ ଗୁହାରି... 

ମହାବିପଦରୁ ଉଦ୍ଧାର କରିବ

ମହାମାରୀ ଯିବ ଫେରି.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational