STORYMIRROR

Pradeep Kumar Panda

Abstract Inspirational Others

4  

Pradeep Kumar Panda

Abstract Inspirational Others

ସରସ୍ବତୀ

ସରସ୍ବତୀ

1 min
418

 

   

 ମାଘମାସ ଶୁକ୍ଳ ପଞ୍ଚମୀ ତିଥିକୁ 

     ଶିକ୍ଷାର୍ଥୀ ଅଛନ୍ତି ଚାହିଁ 

ଶୀତ ସବାରୀରେ ବାକଦେବୀ ଆସିବେ 

    ଶ୍ରୀ ପଞ୍ଚମୀ ନାମ ବହି  ll 

 ଜ୍ଞାନଦାତ୍ରୀ ଦେବୀ ମାତା ସରସ୍ଵତୀ 

     ପୂଜିତ ଅନୁଷ୍ଠାନର 

 ଆନନ୍ଦ ଉତ୍ସାହେ ଶିକ୍ଷାର୍ଥୀ ପୂଜନ୍ତି 

    ଅଜ୍ଞାନତା ଦୂର କର  ll 

 ପୂରୁବ ପ୍ରସ୍ତୁତି ଆବଶ୍ୟକ ହୁଏ 

    ଆଲୋଚନା ବୈଠକର 

 ମୂର୍ତ୍ତି ଭୋଗ ରାଗ ବ୍ରାହ୍ମଣ ଦାୟିତ୍ୱ 

    ହୁଏ ବଣ୍ଟା ପରସ୍ପର  ll 

 ପୂଜା ପର୍ବ ଦିନ ମଣ୍ଡପ ସଜାନ୍ତି 

     ରଙ୍ଗୀନ କାଗଜ ଦେଇ 

ଲିଚୁମାଳା ସଙ୍ଗେ କେତେ ଫୁଲ ଝରା 

    ଥାକ ଥାକ ଅଛି ହୋଇ ll 

ପତାକା ବାନ୍ଧନ୍ତି ରଙ୍ଗ ବେରଙ୍ଗର 

   ଦଉଡ଼ିରେ ଅଠା ଦେଇ 

 ପୂଜା ଘରଟିକୁ ଧୁଆ ଧୋଇ କରି 

  ଚିତା କେତେ ପଡ଼ୁଥାଇ  ll 

 ଶ୍ରୀ ପଞ୍ଚମୀ ଦିନ ଶିକ୍ଷକ ଶିକ୍ଷାର୍ଥୀ 

     ସଜବାଜ ହୋଇଯାନ୍ତି 

 ବୀଣାପାଣିଙ୍କୁ ମଣ୍ଡପେ ବସାଇ 

   ବ୍ରାହ୍ମଣ ପୂଜା କରନ୍ତି   ll 

 ସେ ହଂସବାହିନୀ ଦେବୀ ସରସ୍ଵତୀ 

     ଶୁକ୍ଳlମ୍ବର ବସ୍ତ୍ରନିତା 

 ସିଂହାସନେ ବିଜେ ଧବଳଶୋଭିନୀ 

    ଗଳେ ଧବଳ ମୁକୁତା  ll 

ଶଙ୍ଖ ଘଣ୍ଟା ଧ୍ୱନି ହୁଳହୁଳି ଶବ୍ଦେ 

     ପ୍ରକମ୍ପିତ ହୁଏ ମହୀ 

 ନୈବେଦ୍ୟ ଦେଇ ମନ୍ତ୍ର ପାଠ ହୁଏ 

    ଅଜ୍ଞାନତା ଦୂର ପାଇଁ  ll 

 ପୂଜା ସରିଗଲେ ନଡ଼ିଆ ଭାଙ୍ଗନ୍ତି 

     ଅର୍ପୁଥାନ୍ତି ପୁଷ୍ପାଞ୍ଜଳି 

 ପ୍ରାର୍ଥନା କରନ୍ତି ଜ୍ଞାନ ଦେବୀ ମାଗୋ 

    କୃପା ଟିକେ ଦିଅ ଢାଳି ll 

 ଅଧମ ସନ୍ତାନ ପୂଜା ଜାଣିନାହୁଁ 

    କରୁଛୁ ତୁମ ବନ୍ଦନ 

 କ୍ଷମା ଦିଅ ମାଗୋ କରୁଣା ଦାୟିନୀ 

   ପ୍ରାର୍ଥନା ଆମରି ଘେନ ll 

ପୂଜା ପରଦିନ ବିସର୍ଜନ ହୁଏ 

    ଦେବୀଙ୍କୁ ଜଳ ମଧ୍ୟରେ 

ନାଚ ଗୀତ ସଙ୍ଗେ ଶ୍ରଦ୍ଧାଳୁ କହନ୍ତି 

   କୃପା ରଖିବ ଉପରେ   ll 

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract