STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ସରକସ

ସରକସ

1 min
273

ଭକତି ଭରେ ବାଘ ଉପରେ

ପୁଷି ଗଡ଼ାଏ ମାଳି

ହନୁଟି ଧାଇଁ ପାଖୁକୁ ଯାଇ

ବଢ଼ାଏ ଭୋଗ ଥାଳି

ପୂଜକ ହୋଇ କୁକୁରଟେଇ

ବଜାଉଥାଏ ଘଣ୍ଟି

ଦେବତା ଅନା ବିଲୁଆନନା

ପାଉଛି ଭୋଗ ଭଣ୍ଡି

ହାତୀବି ଦେଖି ଶୁଣ୍ଢଟି ଟେକି

ଫୁଂକଇ ଦେଖ ତୁରୀ

ଠାକୁର ପୂଜା ପଶୁଙ୍କ ମଜା

ମନ୍ଦିର ବେଢା ପୂରି

ଶାରିଟେ ଥାଇ ଭଜନ ଗାଇ

ପଢ଼ଇ ଭାଗବତ

ଛେଳି ବାହାରି ହାରମାନି ଧରି

ସାରେଗାମା ର ଗତ

ମୟୂରୀ ଦଳେ ମଣ୍ଡପ ତଳେ

ନାଚିଲେ ପୁଚ୍ଛ ଟେକି

ସିଂହ କେଶରୀ ଦେଖେ ବାହାରି

ବସିଲା ପଥ ଛେକି

ଦେଖ ବିଲେଇ ଛାନିଆ ହୋଇ

ଟଳିପଡିଲା ତଳେ

ସିଂହକୁ ଦେଖି ବିଲୁଆ ସେକି

ଲାଞ୍ଜକୁ ଚାପି ଚଳେ

କୁକୁର ଖଣ୍ଡେ ପଛକୁ ଦଣ୍ଡେ

ଗଲା ସେ ଭୁକି ଫେରି

ମୟୁର,ଶାରି ଗଲେବି ଭାରି

ବାଘ ଯାଉଛି ଛେରି

ହାତୀ ଟା ସେକି ପାହୁଲ ଟେକି

ପଳାଏ ତାର ବାଟେ

ସିଂହ କେଶରୀ ଲାଞ୍ଜ କଚାଡି

ଓଠରେ ଜିଭ ଚାଟେ

ଜୋକର ହସି ଆସଇ ପଶି

ହାତରେ ଲାଠି ଧରି

ସିଂହକୁ ଦେଖି କିହେଲା ସେକି

ଦେଲାଟି ଏକ କରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract