STORYMIRROR

Tapaswini DashSarangi

Abstract

2  

Tapaswini DashSarangi

Abstract

ସୃଜନୀର ଆକାଶ

ସୃଜନୀର ଆକାଶ

1 min
262

ସୃଜନୀର ଆକାଶରେ ଛୋଟିଆ ଚଢେଇଟେ ମୁଁ

ଜାଣେନା ଏ ଆକାଶର ପରିସୀମା

ଜାଣେନା ଏ ଆକାଶରେ

 ଥିବା କାବ୍ୟ ରୂପି ବାଦଲ ମାନଙ୍କୁ

ଜାଣେନା ଏ ଆକାଶର 

ଗଳ୍ପ ଉପନ୍ୟାସ ରୂପକ ତାରା ମାନଙ୍କୁ

ତଥାପି ଉଡିବାର ନିଶାରେ ମୁଁ ବ୍ୟଗ୍ର

ଅନେକ ଥର ଖଣ୍ଡି ଉଡା ଦେଇ କ୍ଷତାକ୍ତ ଏ କଳେବର

ହେଲେ ବୁଝି ପାରେନା ଏ କି ପ୍ରକାର ଆତ୍ମୀୟତା

ବୁଝି ପାରେନା ଏ କି ପ୍ରକାର ନିବିଡ଼ତା

ଖାଲି ବାଦଲ ଆଉ ତାରା ମାନଙ୍କ ଭିତରେ

ନିଜକୁ ହଜାଇ ଦେବାର ପ୍ରତୀକ୍ଷା

ଦେଖିନି ମୁଁ କେବେ ଏ ସାହିତ୍ୟ ରୂପି ଚନ୍ଦ୍ରମାକୁ

 ତଥାପି ଏ ମନ 

ସେ ଜହ୍ନର ଶୀତଳ ପରଶକୁ ସ୍ପର୍ଶ କରିବାକୁ ଆତୁର


Rate this content
Log in

Similar oriya poem from Abstract