Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational Others

4.3  

Sambit Srikumar

Inspirational Others

ସର୍ବହରାର ଇସ୍ତାହାର

ସର୍ବହରାର ଇସ୍ତାହାର

1 min
11.6K


ମୁଁ ସର୍ବହରା

ଅରକ୍ଷିତ ବେସାହାରା

ଭାତ ମୋ ପାଇଁ ଅପହଞ୍ଚ

ବସ୍ତ୍ର ଓ ବାସଗୃହ

ଦୂରନ୍ତ ସ୍ଵପ୍ନ

ସୁଖ ସଂଭୋଗ

ଜାଦୁଗରର ଇନ୍ଦ୍ରଜାଲ ।

ବୁର୍ଜ୍ଜୁଆଙ୍କ ଦ୍ଵାରା

ଚିରଦିନ ଶୋଷିତ

ଅଥଚ ସେମାନଙ୍କ

ଦୟାରେ ପ୍ରତିପାଳିତ

ସାମାଜ ଶାସ୍ତ୍ରୀ - ଅର୍ଥଶାସ୍ତ୍ରୀଙ୍କ

ପ୍ରୟୋଗଶାଳାରେ ପରୀକ୍ଷିତ

ଇଜ୍ଜତ ମହତ ମୋର

ଦୁନିଆ ଦାଣ୍ଡରେ

ସଦା ଭୁଲୁଣ୍ଠିତ ।

ମୋ ସ୍ବାର୍ଥ ସମ୍ମାନ ଉତ୍ଥାନ ପାଇଁ

କେତେ କୁସ୍ତି କସରତ

କେତେ ବାକ୍ ବିତଣ୍ଡା

କେତେ ରକ୍ତାକ୍ତ ସଂଘର୍ଷ

କେତେ ଅନୁଦାନ ପ୍ରୋତ୍ସାହନ

କେତେ ଅରଣ୍ୟ ରୋଦନ

କେତେ କୁମ୍ଭୀର କ୍ରନ୍ଦନ

ଅଥଚ ମୁଁ ଶୋଷିତ ନିଷ୍ପେସିତ

ଚିରକାଳ ଚିରଦିନ ।

ମାର୍କ୍ସବାଦ - ଲେଲିନବାଦ

ପୁଞ୍ଜିବାଦ - ସାମ୍ୟବାଦ

ସମାଜବାଦ - ଗାନ୍ଧୀବାଦ

ସାଂସ୍କୃତିକ ରାଷ୍ଟ୍ରବାଦ

ମୋ ପାଇଁ କେତୋଟି

ଦୁର୍ବୋଧ୍ୟ କ୍ଲିଷ୍ଟ ଶବ୍ଦ ପୁଞ୍ଜ ।

ବଜାରବାଦ - ଉଦାରବାଦ

ଅର୍ଥନୀତିରେ ମୁଁ

ଗୋଟେ ପଣ୍ୟ ସାମଗ୍ରୀ

ଶ୍ରମ ଶକ୍ତିର ଉତ୍ସ

ମୂଲର ବଜାରେ

ପେଟର ଭୋକ ମହଙ୍ଗା

ଅଥଚ ମଣିଷ ଖୁବ୍ ଶସ୍ତା ।

ଦେଶ ଗଢା ହୁଏ

ମୋ ରକ୍ତ ମାଂସ ସ୍ବେଦର

ଅକାତର ବଳିଦାନରେ

ମୁଁ ଖଟିଖିଆ ଦିନ ମଜୁରିଆ

ତୃତୀୟ ବିଶ୍ବର

ଅଗ୍ରଣୀ କର୍ଣ୍ଣଧାର ।

ମାନବାଧିକାର

ମୌଳିକାଧିକାରରୁ

ବଞ୍ଚିତ ଲାଞ୍ଛିତ

ମୁଁ ସର୍ବହରା

ଲଢ଼ି ଲଢ଼ି ଭାଗ୍ୟ ସହ

ବିଧି ସହ

ବଞ୍ଚିବାଟା

ମୋର ଅଧିକାର

ଏହି ମୋର ଆତ୍ମଲିପି

ସର୍ବହରାର ଇସ୍ତାହାର !


Rate this content
Log in

Similar oriya poem from Inspirational