STORYMIRROR

Santanu Bisoi

Tragedy Others

2  

Santanu Bisoi

Tragedy Others

ସର୍ବହରାର ଦମ୍ଭୋକ୍ତି

ସର୍ବହରାର ଦମ୍ଭୋକ୍ତି

1 min
100

ସ୍ବେଦ ବାରି ଶିକ୍ତ ରକ୍ତରେ ପ୍ଲବୀତ

ନଶ୍ୱର ଏ ଅପଘନ

କହିଁକି ଖୋଜିବି କା'ପାଖୁ ଖୋଜିବି

ଜୀବନରେ ସନମାନ।।


ବିପ୍ଳବ କରିନି ଅଧିକାର ପାଇଁ

ଗାଇନି ବିରୋଧାଭାସ

କାଲି ଥିଲି ନିସ୍ୱ ଆଜି ସର୍ବହରା

ଅନ୍ଧାର ମୋ ଦଶଦିଶ।।


ସଂସ୍କାର ସଂଘର୍ଷ ସମାଜରୁ ଶିକ୍ଷା

ଆଣିଛି ମୁଁ ଚାଖି ଚାଖି

ଖାଇ କଷାଘାତ ହୋଇ ନିଷ୍ପେସିତ

ବଞ୍ଚିଛି ମୁଁ ଶୁଖି ଶୁଖି।।


କୃଷି ଶ୍ରମଜୀବୀ ମୋ ପାରିବା ପଣ

ଦେଇନି ନିଜତ୍ବ ବିକି

ତୋଷାମଦ କରି କୃଷି କି ନିର୍ମାଣ

ଜହ୍ଲାଦେ ଦେବିନି ଟେକି।।


ବୁର୍ଜୁଆ ଗୋଷ୍ଠି ସହରିଆ ବାଘ

ନେଇଛି ନିଦ ଛଡାଇ

ବଞ୍ଚିଛି ବଞ୍ଚିବି ସାମ୍ୟବାଦୀ ମୁଁ..

ସାମ୍ୟବାଦ ଗୀତା ଗାଇ।। 


ନିର୍ଭୀକ ନିର୍ଭୟ ନେଇ ବରାଭୟ 

ଗାଇବି ଜୀବନ ଗୀତା

ଜୀବନ ସଂଘର୍ଷେ ସଦା ବ୍ରତୀ ହେବି

ନୂଆଁଇବି ନାହିଁ ମଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy