Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Kumar mohapatra

Inspirational

4  

Prabhas Kumar mohapatra

Inspirational

ସର୍ବେ କଳାକାର

ସର୍ବେ କଳାକାର

1 min
205



ସର୍ବେ ଅଭିନେତା ଅଭିନେତ୍ରୀ ସବୁ

ଦୁନିଆ ରଙ୍ଗ ମଞ୍ଚରେ.

ସାଧୁ ଅଭିନୟ କେ ପରିବେଷଣ

 ପୁଣି ଅସାଧୁ ରୂପରେ ...


ନାୟକ ସ୍ୱରୂପେ ଦୁନିଆ ଆଗରେ 

କରେ ଶ୍ରେଷ୍ଠ ଅଭିନୟ .

କେ ଖଳ ନାୟକ ସଜେଇ ନିଜକୁ

ସୃଷ୍ଟି କରେ ନାନା ଭୟ ...


ରାମ ସାଜି କିଏ ରାବଣ ନାଭିରେ

ଚଳାଏ ମରଣ ତୀର .

ରାବଣ ନିଧନ କରି ରାମ ରାଜ୍ୟ

ପ୍ରତିଷ୍ଠା କରଇ ନର....


ବିଭିନ୍ନ ରୂପରେ ମଣିଷ ଜନ୍ମରେ

ମଞ୍ଚେ କରେ ଅଭିନୟ .

କାହାକୁ ହସାଏ କାହାକୁ କନ୍ଦାଏ

ହୃଦୟ କା କରେ ଜୟ...


ଖଳନାୟକ ତ ହୋଇବା ସହଜ

ନାୟକ ଭାରି ଜଟିଳ.

ନାୟକ ହେବାକୁ ଚେଷ୍ଟା କର ସଦା

ଦୃଢ କର ମନ ବଳ....


କାଳର ନିର୍ଦ୍ଦେଶେ ସରବେ ନାଚନ୍ତି 

ଦୁନିଆ ରଙ୍ଗ ମଞ୍ଚରେ.

ସମୟ ସରିଲେ ବାହୁଡ଼ିବେ ସର୍ବେ

ମଞ୍ଚ ଛାଡି ପୁଣି ଥରେ ....


Rate this content
Log in

Similar oriya poem from Inspirational