ସପୁରି
ସପୁରି
କାଣ୍ଡ ନଥାଇ ମୁଣ୍ଡେ ମୁକୁଟ
ମାଣ୍ଡି ସୁନ୍ଦର ଦିଶେ,
ସପୁରି ଫଳରଜକୁ ଆମେ
ଖାଇଲେ ଦେହେ ମିଶେ |
ଆମର ତେବେ ଅଶେଷ ହିତ
ହୁଅଇ ଏବେ ଜାଣ,
ମାଂସପେଶିକୁ ଆମ ଦେହରେ
କରାଇଥାଏ ଟାଣ |
ଜୀବନସାର ‘ଖ’ ଭରପୁର ସେ
ତନ୍ତୁରେ ଭରା ଫଳ,
ଫୁସଫୁସକୁ ସଫା କରାଏ,
ଦେହରେ ଦିଏ ବଳ |
ଦି ତିନିଖଣ୍ଡ ସପୁରି ନୀତି
ଖାଇ ନିରୋଗ ହେବ,
ଶ୍ଵାସ କଫରୁ ରକ୍ଷା ପାଇବା,
ବହାଡା ତାକୁ ଦେବା |
ଦିନକୁ ଏକ ଗିଲାସ ତା’ର
ରସ ପିଇବା ଯେବେ,
ଚର୍ମ ସୁନ୍ଦର ଦିଶିବା, କେସ
ଝଡିବ ନାହି ତେବେ |
ଖାଦ୍ୟ ହଜମ କରାଏ, କୋଷ୍ଠ୍ୟ
କାଠିନ ଦୂର କରେ,
ଶରଧା ତାକୁ କରିଥାନ୍ତି ,
ସଭିଏ ଘରେ ଘରେ |
