STORYMIRROR

PURUSOTTAM NAYAK

Romance Fantasy

4  

PURUSOTTAM NAYAK

Romance Fantasy

ସ୍ପର୍ଶର ଅନୁଭବ

ସ୍ପର୍ଶର ଅନୁଭବ

1 min
375

ଆକୁଣ୍ଠ ଚିତ୍ତର ଅପେକ୍ଷାରେ

ଅଜସ୍ର ଆନ୍ଦୋଳନର ସ୍ଥିରତାରେ

ସେଇ ମଧୂର ପିୟୁଷର ଅନୁଭବ

ଯାହା ଅବର୍ଣ୍ଣନ ଆଉ ଅସମ୍ଭବ!


କିଞ୍ଚିତ ସମୟ ପାଇଁ, 

ଆସିଥିଲା ଉଲ୍ କା ପରି

ଜାଗ୍ରତ ହୋଇଥିଲା ଧମନୀ

କିନ୍ତୁ କ୍ଷଣକେ ଗଲା ଅପସରି,

ତାହା ଆସେ ନାହିଁ କାହାର

ବାଧ୍ୟ ବାଧକତାରେ

କିମ୍ବା କାହାର ନିମନ୍ତ୍ରଣରେ

ଅନୁଭବ ହୁଏ ନିର୍ମଳ ମନରେ ।।


ହଜି ଯାଇଥିଲି ମୁଁ 

ଅନ୍ୟ ଏକ ରାଇଜରେ

ଯେଉଁଠି ମୁଁ ଅନୁଭବ କରୁଥିଲି,

ନିଜର ସଂଜ୍ଞା,

ନିଜର ଦର୍ଶନ।।

ମୁଁ କହି ପାରେନି କେବେ

ନାହିଁ ମୋ ଭାଷା

କାହିଁ କି ନା ମୁଁ ଅକ୍ଷମ

କରି ବାକୁ ସେହି 

ସ୍ପର୍ଶ ର ଆକଳନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance