ସ୍ପର୍ଶ
ସ୍ପର୍ଶ
ସ୍ୱପ୍ନରେ ଭାବିଲି
ଛୁଇଁବି ବୋଲି.......!
ଭାବନାର ସୁଦୀର୍ଘ ଚୂଡ଼ାକୁ !
ଧପ ଧପ କରୁଥିବା
ହୃଦୟ କୁ !
ବର୍ଷାର ବିରହ କୁ !
ଗ୍ରୀଷ୍ମ ର ଉତ୍ତାପ କୁ !
ଶୀତ ର ଶିତ୍କାର କୁ !
ଏତେ ଅନାବିଳ
ଭଲ ପାଇବା ଭିତରେ
ପରୀକ୍ଷା ହିଁ ପରୀକ୍ଷା !!
ତଥାପି,
ଗୁନ୍ଥିବି ସ୍ୱପ୍ନ ମାନଙ୍କୁ
ସାଇତିବି ମାଳ କରି
ହୃଦ ଡାଇରୀ ରେ !!
ଦେବାଯାଏଁ ବାସ୍ତବର
ସୁଦୀର୍ଘ ପ୍ରମାଣ
ନ ହୋଇ ମ୍ରିୟମାଣ
ଦେଇ ମନପ୍ରାଣ
ଢାଳିବି ମୁଁ ଅବିରତ
ପ୍ରେମ ନିବେଦନ !
ସ୍ୱପ୍ନିଳ ସ୍ପର୍ଶର
ପଥିକ ଟେ ହୋଇ
ତୁମରି ଆଗରେ ।।