STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ସ୍ପୃହା ନାହିଁ

ସ୍ପୃହା ନାହିଁ

1 min
172

  ବଞ୍ଚିବାର ଆଉ ସ୍ପୃହା ନାହିଁ

  ସଞ୍ଚିବାର ଆଉ ସ୍ପୃହା ନାହିଁ

  ବିଞ୍ଚିବାର ଆଉ ସ୍ପୃହା ନାହିଁ

  ଛିଞ୍ଚିବାର ଆଉ ସ୍ପୃହା ନାହିଁ

  ସ୍ପୃହା ନାହିଁ ଆଉ ଏ ସଂସାରରେ

  ସ୍ପୃହା ନାହିଁ ଏବେ ଆଉ ଏ ଜଞ୍ଜାଳରେ ।


  ସ୍ପୃହା ନାହିଁ ଆଉ

  ଏ ନୀତି ନୈତିକତା 

   ଆଦର୍ଶ ଓ ରାଜନୀତିରେ

  ସ୍ପୃହା ନାହିଁ ଆଉ ଜାଣିବାକୁ

  ଏ କଳୁଷିତ ରାଷ୍ଟ୍ରନୀତିରେ

  ସ୍ପୃହା ନାହିଁ ଆଉ

   ଶୁଣିବାକୁ କଳୁଷିତ କଳଙ୍କିତ

   ଶିକ୍ଷା ସ୍ଵାସ୍ଥ୍ୟ ନୀତିରେ

  ସ୍ପୃହା ନାହିଁ ଆଉ ଶୁଣିବାକୁ

  ନେତା ମାନଙ୍କ ର

 ମିଛ ପ୍ରତିଶ୍ରୁତି ଓ ମିଛ ଭାଷଣରେ 

 ସ୍ପୃହା ନାହିଁ ଆଉ ବସାଇବାକୁ 

   କଳଙ୍କିତ ନେତାମାନଙ୍କୁ ଆସନରେ ।


 ସ୍ପୃହା ନାହିଁ ଆଉ ଶୋଷଣ କଷଣେ ଭରା

  ନେତା ମାନଙ୍କର ଶାସନରେ

  ଦୁର୍ନୀତି ଭ୍ରଷ୍ଟାଚାରେ ପୂର୍ଣ୍ଣ

  ଅତ୍ୟାଚାରୀ ହତ୍ୟାକାରୀମାନଙ୍କ

  ଦୁଷ୍କର୍ମ ପୂର୍ଣ୍ଣ ସମାଜିକ ଅଧପତନରେ

  କ୍ଷମତା ଲୋଭୀ ରାଷ୍ଟ୍ରନାୟକଙ୍କ 

   ହିଂସା ଦ୍ୱେଷ କାର୍ଯ୍ୟ ଶୈଳୀରେ

  ସ୍ପୃହା ନାହିଁ ଆଉ ସ୍ପୃହା ନାହିଁ

   ଖେଳିବାକୁ ଜନତାଙ୍କ ରକ୍ତର ହୋଲିରେ ।


  ନାରୀ ନିର୍ଯ୍ୟାତନା ବଧୂନିର୍ଯ୍ୟାତନାର

   ବୀଭତ୍ସ ରୂପ ଦେଖିବାକୁ ଆଉ ସ୍ପୃହା ନାହିଁ

  କନ୍ୟା ଭୃଣ ହତ୍ୟା ଦୁଷ୍କର୍ମର କଥା

   ଶୁଣି ଦେଖିବାର ଆଉ ସ୍ପୃହା ନାହିଁ

   ମା କୋଳରୁ ଶିଶୁ ବିକ୍ରିର କଥା

   ଅପପୁଷ୍ଟିରେ ଶିଶୁ ମାନଙ୍କ ମୃତ୍ୟୁ ର

   ସେ କୁତ୍ସିତ ଛବିକୁ ଦେଖିବାର

   ଆଉ ସ୍ପୃହା ନାହିଁ ଆଉ ସ୍ପୃହା ନାହିଁ

  ଯନ୍ତ୍ରଣା ଜର୍ଜରିତ ରୋଗୀମାନଙ୍କର

   ରୋଗ ଶଯ୍ୟାରେ ମୃତ୍ୟୁର ସେ

  ବିଭୀଷିକାକୁ ଦେଖି ସହିବାର

   ସ୍ପୃହା ନାହିଁ ଆଉ ସ୍ପୃହା ନାହିଁ ।


  ଧନୀ ଦରିଦ୍ର ମଧ୍ୟେ ପାର୍ଥକ୍ୟକୁ

   ବୃଦ୍ଧି କରି ଗଢି ତୋଳିବାରେ

  ଦୁଃସାହସକୁ ଦେଖିବାରେ

    ଆଉ ସ୍ପୃହା ନାହିଁ 

   ସ୍ଵାର୍ଥପରତା ଓ ପରଶ୍ରୀକାତରତାର

   ଜନଗଣଙ୍କ ମଧ୍ୟେ ବୃଦ୍ଧି

   କଦାକାର ସେ ମନୋଭାବକୁ

   ବିଶୃଙ୍ଖଳିତ ସାମାଜିକ ବୀଭତ୍ସ

   ରୂପକୁ ଦେଖିବାର ଆଉ ସ୍ପୃହା ନାହିଁ

   ଆଚରଣ ଓ ଉଚ୍ଚାରଣ ମଧ୍ୟେ

   ବିଭେଦର ଦୃଶ୍ୟ ଦର୍ଶନରେ

    ସ୍ପୃହା ନାହିଁ ଆଉ ସ୍ପୃହା ନାହିଁ 

   ଶାନ୍ତି ମୈତ୍ରୀ ଭ୍ରାତୃତ୍ଵର 

   ମନୋଭାବ ବଦଳେ

   ଯୁଦ୍ଧର ନିଆଁ ଜନ ଜୀବନ ଧନର

    ଧ୍ଵଂସର ତାଣ୍ଡବ ଲୀଳାକୁ

   ଦେଖିବାର ଆଉ ସ୍ପୃହା ନାହିଁ

    ସ୍ପୃହା ନାହିଁ ଆଉ ସ୍ପୃହା ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy