STORYMIRROR

Tapaswini DashSarangi

Abstract

3  

Tapaswini DashSarangi

Abstract

ସ୍ଵପ୍ନରେ ଆସନି

ସ୍ଵପ୍ନରେ ଆସନି

1 min
207

ସ୍ଵପ୍ନରେ ଆସନି ଆଖିରେ ବସନି

            କଟି ପକେଇଛି ନିଦ

ନିଦ ଆସୁ ନାହିଁ ରାତି ପାହୁ ନାହିଁ

          ମନରେ ଗଣେ ପ୍ରମାଦ

ରଜନୀ ରାଣୀ ଯେ ବୋଲ ମାନୁ ନାହିଁ

           କଲବଲ କରେ ନିତି

ସେ ଆସୁଛି ତୁମ ସ୍ମୃତି ସାଙ୍ଗେ ଧରି

           ଜଳାଇ ଆଶାର ବତି

ଡାକୁଛି ତୁମକୁ ମୋ କବିତାରେ ଆସ

           ଭାବନାର ବାଟ ଦେଇ

ଲେଖନୀ ସ୍ୟାହିରେ ବର୍ଣ୍ଣନା କରିବି

          ପ୍ରେମର ଭାଷାକୁ ନେଇ

ତୁମେ ମାନ ନାହିଁ ମୋ ସପନେ ଆସୁଛ

         ବ୍ୟଥା ଦେଇ ମୋର ଚିତ୍ତେ

ଉଜାଗରେ ରାତି ପାହି ମୋ ଯାଉଛି

        ତୁମେ ହସ ଦେଖି ମୋତେ

ଭାରି ନିରିମାଖି ପ୍ରିୟା ଯେ ତୁମର

         ଜାଣିନ କି ଏବେ ଯାଏଁ

ତୁମ ବିନା ଏଠି ବିରହ ଶେଯରେ

           ଶୋଇକରି କଷ୍ଟ ପାଏ

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract