STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ସପନରାଣୀ

ସପନରାଣୀ

1 min
179

ଝିଅ ନୁହେଁ ତୁ ଲୋ ମୋ ସପନରାଣୀ

ମୋ ମନ ଅଗଣାର ତୁ ସୁନା ହରିଣୀ

ତୋତେ ପାଇ ଜୀବନରେ ପାଇଛି ସବୁ

ମୋ ଘର ସଂସାର ପର କରିଛି ସବୁ

କେତେ ଆଶା ଆଉ କେତେ ସପନ ନେଇ

ଦେଖିଛି ସପନ ତୋର ହେବାକୁ ମୁହିଁ

ମନ ମୋର ବାଲିଘର ଭାଙ୍ଗିବୁ ନାହିଁ

ସ୍ୱାର୍ଥ ପାଇଁ ମୋତେ ପର କରିବୁ ନାହିଁ

ମନ ମୋ ଦେଇଛି ତୋତେ ଜୀବନ ଦେବି

ସରଗର ଚାନ୍ଦ ତାରା ତୋ ହାତେ ଦେବି

ସୁଖେ ଦୁଃଖେ ଆମେ ଦୁହେଁ କାଟିବା ଦିନ

ଦୁନିଆ ଯାକର ଖୁସି ଦେବି ଲୋ ଧନ

ମନ ଖୋଲି କହି ଦେ ତୋ ମନର କଥା

ନିରୀହ ହୃଦୟ କେତେ ସହିବ ବ୍ୟଥା

ସୁନା ପାଲିଙ୍କିରେ ଆସି ସାଜିବୁ ରାଣୀ

କେବେ ଆସିବୁ କହ ମୋ ସାଜି ଘରଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance