STORYMIRROR

Jayashree Maharana

Abstract

3  

Jayashree Maharana

Abstract

ସପନର ବାଲିଘର

ସପନର ବାଲିଘର

1 min
12K

ଭାବନା ତଟରେ ତୋଳିଦେବା ପ୍ରିୟା

ସପନର ବାଲିଘର

ଜହ୍ନ ଆଲୁଅରେ ରଚୁଥିବା ପ୍ରୀତି

ରାତି ରହି ଉଜାଗର ।


ହସୁଥିବେ ତାରା ଆକାଶ କୋଳରେ

ଚାହିଁ ଚୋରା ଚାହାଣୀରେ

ନୀଳ ଉର୍ମିମାଳା ନାଚୁଥିବେ ଆହା

ଭିଜି ଆମ ପୀରତିରେ ।


ଶୀତଳ ସମୀର ଗୀତ ଗାଇ ଗାଇ

ଛୁଇଁଯାଉଥିବ ତନୁ

କୁସୁମ ମହକେ ମିଠା ଅନୁରାଗ

ଜାତ ହେଉଥିବ ମନୁ ।


ହୃଦ କନ୍ଦରରେ ପ୍ରେମର ପ୍ରତ୍ୟାଶା

ଖେଳିଯାଇ ନୀରବରେ

ମଧୁର ଦହନ ଭରିଦେଉଥିବ

ତୃଷାତୁର ପରାଣରେ ।


ପ୍ରୀତି ପ୍ଳାବନରେ ଭିଜୁଥିବା ଦୁହେଁ

ସାଗରକୁ ସାକ୍ଷୀ ରଖି

ରଜନୀ ବକ୍ଷରେ ପ୍ରୀତିର କାହାଣୀ

ଲେଖିଯିବା ଦୁହେଁ ସଖି ।



Rate this content
Log in

Similar oriya poem from Abstract