Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

3  

Jayashree Maharana

Romance

ସପନେ ଆସୁଛୁ ପ୍ରିୟା

ସପନେ ଆସୁଛୁ ପ୍ରିୟା

1 min
172


ଗୋରା ପାଦ ପରେ ମେହେନ୍ଦୀ ଲଗାଇ

ଆସୁଛୁ ସପନେ ପ୍ରିୟା

ଛମ୍ ଛମ୍ ତୋର ପାଉଁଜି ଶବଦେ

ଶିହରି ଉଠେ ମୋ' ହିଆ ।


ଘୁଙ୍ଗୁରରେ ଭରା ରୂପାର ପାଉଁଜି

ମାନୁଚି ତୋତେ ଲୋ ଗୋରୀ

ଅପସରି ପରି ଲାଗୁଛୁ ସୁନ୍ଦରୀ

ମନ ମୋ କରୁଛୁ ଚୋରି ।


ଘୁଙ୍ଗୁର ନିକ୍ୱଣ ସଙ୍ଗୀତର ସ୍ଵନ

ପ୍ରୀତିର ତରଙ୍ଗ ପୂର୍ଣ୍ଣ

ଭାବନା ରାଇଜେ ଘୁରିବୁଲେ ମୁହିଁ

କିବା ରାତି କିବା ଦିନ ।


ପାଉଁଜି ସତେକି ଭାଗ୍ୟବତୀ ସାଜି

ପ୍ରିୟା ପାଦେ ହସୁଅଛି

ଅଭିମାନୀ ପ୍ରିୟା ଲାଜେଇ ଲାଜେଇ

ମୋତେ ପାଶେ ଡାକୁଅଛି ।



Rate this content
Log in

Similar oriya poem from Romance