STORYMIRROR

Minakshi Samal

Fantasy

3  

Minakshi Samal

Fantasy

ସ୍ଵପ୍ନ

ସ୍ଵପ୍ନ

1 min
243

କହନ୍ତି: ସ୍ବପ୍ନ କେବେ ସତ ହୁଏନା

ମୁଁ କହେ କିଛି ସ୍ବପ୍ନ ନିଶ୍ଚୟ ସତ ହୁଏ ।

କହନ୍ତି: ଦିବାସ୍ବପ୍ନ ଦେଖିବା ମନା

ମୁଁ କହେ ଦିବାସ୍ବପ୍ନ ଦେଖିଲେ ତ

ସ୍ବପ୍ନକୁ ସାକାର କରିବା ସମ୍ଭବ ।

କହନ୍ତି: ଭୋର ସମୟର ସ୍ବପ୍ନ ସତ ହୁଏ

ମୁଁ କହେ ତାହା ଆମ

ଅବଚେତନ ମନର ଅଭିବ୍ୟକ୍ତି ।

ଗଭୀର ନିଦ୍ରାରେ ସ୍ବପ୍ନର ସୃଷ୍ଟି

ଅଥବା

ସ୍ବପ୍ନ ଯୋଗୁଁ ଗଭୀର ନିଦ୍ରାରେ

ମଗ୍ନ ହୁଏ ମାନବ

ମୁଁ କହେ ସେଇ ସ୍ବପ୍ନଟି ଶ୍ରେଷ୍ଠ

ଯାହା କେବେ ମାନବକୁ

ଶୋଇବାକୁ ଦିଏନା ।


Rate this content
Log in

Similar oriya poem from Fantasy