Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟ ରଞ୍ଜନ ପାଲ

Fantasy

2  

ସୌମ୍ୟ ରଞ୍ଜନ ପାଲ

Fantasy

ସପନ

ସପନ

1 min
2.4K


କେବେ ଆସ ଅନ୍ଧାରେ ତ କେବେ ଦିବାଲୋକେ ,

କେବେ ଆସ ବିଳାସରେ ପୁଣି ତୃଷ୍ଣା ଭୋକେ ।

କେବେ ଆସ ଦୀପ ଜାଳି ମନର ମନ୍ଦିରେ ,

କେବେ ଆସ ପୁଣି କୋଉ ମନର ଫନ୍ଦିରେ ।

କେବେ ଆସ ଦୁଇ ନେତ୍ରେ ପଲକ ପକେଇ ,

କେବେ ଆସ ଲୁହ ବୁନ୍ଦା ଆସିଲେ ଜକେଇ ।

କେବେ ଆସ କାରାଗାରେ ମୁକ୍ତ ଚିନ୍ତା ନେଇ ,

କେବେ ଆସ ବାହାରିଲେ ପାଦ ଚୁପି ଦେଇ ।

କେବେ ଆସ ମନେ ଶାନ୍ତି ବାରତାକୁ ନେଇ ,

କେବେ ଆସ ପୁଣି କଲମର ବନି ସ୍ୟାହି ।

କେବେ ଆସ ହେଲେ ଚିହ୍ନା ପ୍ରଥମ ଦେଖାରେ ,

କେବେ ଆସ ପୁଣି ଫଟା ପାପୁଲି ରେଖାରେ ।

କେବେ ଆସ କରି ଜଗତର ଅକ୍ତିଆର ,

କେବେ ଆସ ଭାଇଚାରା କରିଣ ପ୍ରଚାର ।

କେବେ ଆସ ଘେନି ସାଥେ ଆଶ୍ୱାସର ନଦୀ ,

କେବେ ଆସ ବିକଟେ କା' ହୃଦୟକୁ ଭେଦି ।

କେବେ ଆସ ପରିବାର ନାମ କରି ବଡ଼ ,

କେବେ ଆସ ଦୁଃସମୟେ ପାଲଟିଲେ ଜଡ ।

କେବେ ଆସ ନେଇ ସାଥେ ଅଗ୍ନିପିଣ୍ଡ ଝାସ ,

ଆସ ପୁଣି ନେଇ ଶେଷେ ମଲ୍ଲୀର ସୁବାସ ।


Rate this content
Log in

Similar oriya poem from Fantasy