Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟ ରଞ୍ଜନ ପାଲ

Others

3  

ସୌମ୍ୟ ରଞ୍ଜନ ପାଲ

Others

ରମଣୀୟ ରେମୁଣା

ରମଣୀୟ ରେମୁଣା

1 min
440


ଅମୃତକେଳିର ସୁଆଦ ବାଜିଲେ

ଗଡେ ଲାଳ ବେଶୀ ବେଶୀ ,

କ୍ଷୀରଚୋରା ଆହେ ତୁମ ଶିଷ ଲଭି

ମନ ହାରେ ପରଦେଶୀ ।

ସପ୍ତଶରା ବହେ ସବୁଜିମା କହେ

ସାହାଜୀ ହାଟର କଥା ,

କଂସା ପିତ୍ତଳରେ ହାତୁଡି ଶବଦ

ଲଣ୍ଡନରେ ଉଠେ ମଥା ।

ବଗଲପୁରୀର ନକ୍ସା ଆଙ୍କି ଦେହେ

ଗାମୁଛା ବନିଲା ବାନା ,

ଇମାମି ଇସ୍ପାତ ବିର୍ଲା ଚକ ଘୁରେ

ଓରିପଲ୍ ଫୋମ୍ କନା ।

ହଜରତ୍ ସାହା ବନି ଜୀବ ରାହା

ରାମ ରହିମ୍ ଏକାଠି ,

କୂଟ କନକର ଫିଟଇ ରହସ୍ୟ

ଓମଫେଡ ଖିରା ଚାଟି ।

ଶିଳ୍ପୀ ଅସୀମ ଓ ରମଣୀ ଗୁରୁ ଯେ

ଦେଲେ ନୂଆ ପରିଚୟ ,

ରେମୁଣା ଫିଡ଼ର ହାଇସ୍କୁଲ ଆଉ

କଲେଜକୁ ନାହିଁ ଭୟ ।

ବିଶ୍ୱବିଦ୍ୟାଳୟ ସ୍ମୃତି ବ୍ୟାସ ଏଠି

ଅକ୍ସଫୋର୍ଡ ମଞ୍ଜି ବୁଣେ ,

ତେନ୍ତୁଳିଆ ମାଆ ନାଉରୀର ସାହା

ବୋଇତେ ସାଧବ ଜିଣେ ।


Rate this content
Log in