ମହାମାୟା
ମହାମାୟା
1 min
6.4K
ମହିଷାସୁର ଯେ
ମନୁଜ ସ୍ୱରୂପେ
ମରତ ମଣ୍ଡଳେ ରହି ,
ମହିଳାଙ୍କ ପ୍ରତି
ମନୋରଥ କ୍ରୁର
ମନେ ବୁଲୁଛନ୍ତି ବାହି ।
ମିହିର ଜ୍ବାଳାରେ
ମୃଗାଙ୍ଗ ବେଳାରେ
ମେଘପୁଷ୍ପେ ଅକ୍ଷି ଭରେ ,
ମହୀରୁହ ଛିଡା
ମନ୍ଦାକିନୀ ପୀଡା
ମହୀଧର ଦେଖି ଥରେ ।
ମଧୁପ ନିଷ୍ଠୁର
ମୃଗପତି ସାଜି
ମଞ୍ଜୁଳ ସାହସ ହରେ ,
ମହେଶ୍ବର ଛାଡ଼
ମୃତ୍ୟୁ ତାଣ୍ଡବରେ
ମର୍କଟ ତନ ଶିହରେ ।
ମନୀଷା ସଭିଙ୍କ
ମହୀରେ ଅସ୍ତିତ୍ବ
ମଳିନ ଯାଇଛି ପଡ଼ି ,
ମୂଷିକ ସମସ୍ତ
ମେଳ ମଧ୍ୟେ ରହି
ମେଣ୍ଢା ପରି ଦ୍ଯନ୍ତି ରଡି ।
ମହାମାୟା ତୁମେ
ମୟୁଖ ବିସ୍ତାରି
ମାତା ଭଗିନୀ ଉଦ୍ଧାର ,
ମହେନ୍ଦ୍ର ସମକ୍ଷ
ମୁଦ ବରଷାଇ
ମାରୁତ ଦିଗ ନିର୍ଦ୍ଧାର ।