Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟ ରଞ୍ଜନ ପାଲ

Others

3  

ସୌମ୍ୟ ରଞ୍ଜନ ପାଲ

Others

ଅଂଶୁମାଳୀ

ଅଂଶୁମାଳୀ

1 min
2.8K


ଅଂଶୁରେ ତୁମର ତେଜ ଭରିଅଛି

ନାମ ବାହ ସହସ୍ରାଂଶୁ ,

ତୁମରି ମୟୂଖେ ହୁଏ ପ୍ରଜ୍ଜ୍ବଳିତ

ଶୀତଳ ସିଏ ଶୀତାଂଶୁ ।

ପରଶ ତୁମ୍ଭର ଅଦ୍ଭୁତ ବ୍ୟାପାର

ରଙ୍ଗ ଭରେ ବିଷ୍ଣୁପଦ ,

ତୁମରି ସାନ୍ନିଧ୍ୟ ଲଭିବା ପାଇଁକି

ଚାହିଁ ରହେ ଅରବିନ୍ଦ ।

ଜୀବ'ର ଅସ୍ତିତ୍ୱ ସମ୍ଭବ ଯେହେତୁ

ଜୀବନ ଧରିଛି ରସା ,

ପୁନଶ୍ଚ ବିରହେ ବିୟୋଗ ସମୟେ

ତାରକାଙ୍କ ମେଳେ ନିଶା ।

ହୀରକ ସମକ୍ଷ ଚହଟି ଉଠଇ

ପାରାବାର ସର ପାଣି ,

କୁକ୍କୁଟ ରାବଇ ସକାଳ ଉତ୍ତାରୁ

କୋକିଳ ବସନ୍ତେ ପୁଣି ।

ତୁମେ ଯେ ଅମର କରୁଣା ବିସ୍ତାରି

ଜଗତୁ ଦୂରାଅ ବ୍ୟାଧି ,

ତୀର୍ଯ୍ୟକ ନୟନେ ପାପୀଷ୍ଠ ଜନଙ୍କୁ

ତ୍ୱରିତେ ଦିଅ ସମାଧି ।


Rate this content
Log in