Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ସୌମ୍ୟ ରଞ୍ଜନ ପାଲ

Others

3  

ସୌମ୍ୟ ରଞ୍ଜନ ପାଲ

Others

ରାବଣ

ରାବଣ

1 min
7.1K


ଏକ ଚରିତ୍ର

ବହୁ ଚର୍ଚ୍ଚିତ

କେବଳ ରାମାୟଣେ ସୀମିତ ନୁହଁ

ବ୍ୟାପ୍ତ ଏ କଳିଯୁଗ ପର୍ଯ୍ୟନ୍ତ ,

ଲଙ୍କା ଅଛି ବହୁ ଦୂରେ

ମିଳିଯିବେ ପଡ଼ିଶା ଘରେ ।

ହୁଏତ ଏକାକୀତ୍ୱ ଅନୁଭବରେ

ବ୍ୟତିବ୍ୟସ୍ତ ,

ସେଥିପାଇଁ ତ

ବନ୍ଧୁ ମେଳରେ ହିଁ

ଧାରଣ ହୁଏ

ଅସଲ ରୂପ ।

ଏବେ ଆଉ ଭୟ ନାହିଁ

ସେଇ ଦଶାନନକୁ

ପାପୀ ଜ୍ଞାନୀ ପଣ୍ଡିତକୁ

ଆବଶ୍ୟକ ପଡେନା ,

ମୂର୍ଖ ଦେଖାନ୍ତି ଅସଲ ରୂପ

ମିଳିଗଲେ ବାହାନା ।

ପୌରାଣିକ ପୁଷ୍ପକ

ଏବର ଇଣ୍ଡିଗୋ ସାଥେ

ପ୍ରତିଦ୍ଵନ୍ଦିତା କରେନା

ଜଟାୟୁ ସହ ଯୁଦ୍ଧ ବି ନୁହଁ ,

ସେ ଜାଣେ

ଐଶ୍ୱରୀକ ଶକ୍ତିର

ଘୋର ଅଭାବ ଏଠି

କ୍ଷଣିକେ ଯାଇପାରେ ଜୀବନ ।

କିନ୍ତୁ ଅନ୍ୟବେଳେ ପାଲଟେ

ଜଣେ ସମ୍ପୂର୍ଣ୍ଣ ମାଂସାହାରୀ ,

ଦାଗ ଲଗେଇବାକୁ

ଝୁଣି ଖାଇବାକୁ

ହଜାରେ ଆଖିକୁ ଲୁହରେ ଭସେଇ

ପାଶବିକ ଆଚରଣେ

ବିବର୍ତ୍ତନ ଓ ବାନର ନାମେ

କଳଙ୍କ ଲଗାଇବାକୁ ।


Rate this content
Log in