Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟ ରଞ୍ଜନ ପାଲ

Others

3  

ସୌମ୍ୟ ରଞ୍ଜନ ପାଲ

Others

ଫୁଟପାଥର ଆଖି

ଫୁଟପାଥର ଆଖି

1 min
73


ଦାଗ ବସୁଛି

ଗର୍ଜନ ବି ଶୁଭୁଛି

କୃତ୍ରିମ ଧୂଆଁରେ ଡୁବିଛି ସଭିଙ୍କ ନଜର

କୋଳାହଳଟା ବେଶ୍ ଜମିଛି

ଆଉ ନିର୍ଜନତା ସେଇଠି ବସା ବାନ୍ଧିଛି

ପଲିଥିନ ଛାତରେ ,

ଛିଣ୍ଡା ଆଳୁ ବସ୍ତାର କାନ୍ଥରେ ।


କୁନି ବଳାର ହାତଟା

ଜାବୁଡି ଧରିଛି ମମତାର ବେକକୁ

ନିଶ୍ଚିନ୍ତ ପରାଣ ,

ସଡ଼କ ଆରପଟେ ଦିଶେ

ଅସହାୟତାର ଚିତ୍ର କରୁଣ ।


ନୁଖୁରା ବାଳରେ ସମାଧି ନେଇଛି

ଅସଂଖ୍ୟ ଅସାମର୍ଥ୍ୟ ଅତୀତ ;

ପବନ ପଶୁଥିବା କଣାରେ ଦିଶେ

କଳଙ୍କି ଲଗା ନଖ ।


ସବୁ ଦେଖୁଛି ବାକଶୁନ୍ୟ ହେଇ

ଉପାୟ ବା କାହିଁ

ନା ଅଛି ମନ , ନା ଅଛି ମାନ

ଖାଲି ଅପେକ୍ଷା

ଡାଳରୁ ଡେମ୍ଫର ବିଦାୟଟିଏ କହିବାକୁ

ତା' ପରେ ହିଁ ହବ

ଏ ଚାହାଣୀର ଅବସାନ ।


Rate this content
Log in