Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟ ରଞ୍ଜନ ପାଲ

Others

3  

ସୌମ୍ୟ ରଞ୍ଜନ ପାଲ

Others

ଏତିକି ଇଚ୍ଛା

ଏତିକି ଇଚ୍ଛା

1 min
193


ମୁଁ ହେବି

ଠିକ ସେଇ ମୁନିଆ ସେଫଟିପିନ ପରି

ଯିଏ ଶକ୍ତ ଭାବେ ଜାବୁଡ଼ିଧରିବ

ତୁମ ଶାଢ଼ୀକୁ

ମେଳା ବୁଲି ଆସିଥିବା

କୁନି କିଶୋରଟେ ପରି ।


ମୁଁ ହେବି

ଠିକ ସେଇ ଖଇରୀ ନେଲପଲିସ ପରି

ଯିଏ ନିଃସଙ୍କୋଚରେ ଘୋଡାଇପାରିବ

ତୁମ ପରିଶ୍ରମର

ସେ ସମସ୍ତ ଅଲିଭା ଦାଗକୁ ।


ମୁଁ ହେବି

ଠିକ ସେଇ ଅଣ୍ଟାସୂତା ଚଉଡ଼ାର

ପାଦ ପାଉଁଜି ଟେ ପରି ,

ଯିଏ ନିଜ ଶବ୍ଦରେ ଧରିରଖିବ

ଆଜୀବନ

ତୁମ ଚଗଲା ବୟସକୁ ।


ମୁଁ ହେବି

ଠିକ ସେଇ

ବାଇଶ ବର୍ଷୀୟ ପ୍ରେମିକର

ହୃଦୟଟେ ପରି ,

ଯାହାକୁ ଯେତେଥର ଚାହିଁବ

ଯେତେବେଳେ ଚାହିଁବ

ଚୋରି କରିପାରିବ ,

କେହିନଥିବେ ନିଜର

ଅଧିକାର ଜାହିର କରିବାକୁ ।







Rate this content
Log in