ବିରହ ବିଷାଦ
ବିରହ ବିଷାଦ
1 min
299
ଥିଲା କେତେ କଥା
ମନେ ଦେଇ ବ୍ୟଥା
ଚାଲିଗଲ ପର କରି ,
ମନେ ରଖି ଛବି
ନେଇଗଲ ଚାବି
ସୁଖ ଯାଏ ମରି ମରି ।
ଗୋଲାପର ବାସ
ହଜିଗଲା କାହିଁ
ଚାରିପାଶେ ଖୋଜେ ମୋର ,
ରଙ୍ଗହୀନ ହେଲା
ସମୟ ସାମର୍ଥ୍ୟ
ଅଥୟ କରୁଚି ଡର ।
ନିଷ୍ଠୁର ଆଚରି
ସପକ୍ଷେ ବିଚାରି
ଶୁଣିଲନି କଥା ପଦେ ,
ଥିବ ଯଦି କିଛି
ସେ ମନରୁ ପୋଛି
ଫେରିବନି ପୁଣି ବାଦେ ।
ଭାବୁଅଛି ବସି
ବେଳେ କାନ୍ଦି ହସି
ଶିହରାଏ ତନୁ ମନ ,
ଶିଷ ଥିଲା ଅବା
ଥିଲା ଅଭିଶାପ
କହିବେକି ସୁଧିଜନ ?
ତଥାପି ରଖିଛି
ବିଶ୍ୱାସ ମନରେ
ଫେରି ଆସନ୍ତକି ଦିନେ ,
ଶୀତକୁ ଆଡ଼େଇ
ପାଦରେ ବସନ୍ତ
କୋଇଲି ଆଣନ୍ତା ମନେ ।
ମନ ପାଇଁ ଖାଲି
ଆବଶ୍ୟକ ତୁମେ
ଆଉ କେ ବୁଝିବ କୁହ ,
ହେଉ ସୁଖେ ଅବା
ଦୁଃଖେ ଓଢଣୀରେ
ପୋଛିଦବ କିଏ ଲୁହ ?