ଲେଖକର ଦ୍ଵନ୍ଦ୍ୱ
ଲେଖକର ଦ୍ଵନ୍ଦ୍ୱ
1 min
105
ଲେଖି ହେଇଯାଏ କେତେ କଥା ପୁଣି
ବାକି ରହିଯାଏ କେତେ ,
ଆବେଗରେ ଭାସି ଝଡ଼ ଉଠିଯାଏ
ପୁଣି ଥମିଯାଏ ସତେ ।
ଜୀବ ଜଳଛବି ଦେଖାଇବା ଲାଗି
କରେ ସେ ପୂର୍ଣ୍ଣ ପ୍ରୟାସ ,
ମଳିମୁଣ୍ଡିଆଠୁଁ ମାଲିକ ଭେଣ୍ଡିଆ
ସର୍ବେ କରନ୍ତି ଅୟସ ।
ହସ ଲୁହ ଠାରୁ ନିରବ କ୍ରନ୍ଦନ
ସଭିଙ୍କର ସ୍ଥାନ ଏଠି ,
ସେନେହ ସୌହାର୍ଦ୍ଦ୍ୟ ଉଲ୍ଲାସ ବିଷାଦ
ଲେଖାହୁଏ ପେଟ କାଟି ।
ଦିଶିଗଲେ କିଛି ଅବା ସତେ ମିଛି
ଢାଳନ୍ତି ପୀରତି ରସ ,
କି କରିବା ଆଉ ଲେଖକର କେବେ
ମେଣ୍ଟେନାହିଁ ଭୋକ ଶୋଷ ।
ଅନୁମତି ନାହିଁ ତଥାପି ତା' ପାଇଁ
କହିବାକୁ ସବୁ ସତ ,
ବଖାଣିଲେ ସବୁ ଦେଖାଇ ସେ ପ୍ରଭୁ
ଶିଷ ଦିଅନ୍ତି ହାଜତ ।