STORYMIRROR

Satyabati Swain

Tragedy

4  

Satyabati Swain

Tragedy

ସପନ ସେପାରେ ମୋ ଗାଁ

ସପନ ସେପାରେ ମୋ ଗାଁ

1 min
268

ମୋ ଗାଁ ଏବେ ସହରୀ ପୋଷାକ ପିନ୍ଧିଛି

ଜୋକର ଭଳିଆ ଦିଶୁଛି

ଗାଁ ବୋଲି ଆଉ କି ଅଛି ଭାଇ

ସେଠି ସହର ଧସେଇ ପଶିଛି

ଛକରେ ଛୋଟ ବଜାରଟେ ହସୁଛି

ସପନ ସେପାରେ ମୋ ଗାଁ ଟି

ପା ମିତ ଏବେ ସହରୀ ସହରୀ ବାସୁଛି ।


ଛକରେ ଗଞ୍ଜେଇ ଚିଲମ ଧୂଆଁ ଜମୁଛି

ମୋ ଗାଁ ଆକାଶ ସବୁ ଋତୁରେ 

ଶୀତ ଦିନ ପରି ଦିଶୁଛି

ପଲିଥିନ ନାଲି ପାଣି ଛୁଆଠୁ ବୁଢା ପରିଯ୍ୟନ୍ତ 

ସଭିଙ୍କୁ ଆଖି ମାରୁଛି

ଇଜ୍ଜତ ମହତ ନେଉଛି 

କେତେ ସଂସାର ଉଜାଡୁଛି।


ବିନା ନାଲି ପାଣିରେ ମୂଲିଆ କାମକୁ ଆସିବନି କହୁଛି

ଧାନ ରୁଆଁ କଟା ବିଲବଛାରେ

ନାଲି ପାଣି ଲୋଡ଼ା ହେଉଛି 

ମାଲ୍ ନ ଦେଲେ

ମୂଲିଆ ନ ମିଳେ

ଘରେ ପରା ଶବ ବାସି ମଢା ହୋଇ ପଡୁଛି

ଶବ ଆଖିରୁ ବି ଲୁହ ବୋହୁଛି।


ଅକର୍ମାହେଲେଣି ଗାଁ ମେହେନତି ମଣିଷ

କାମ କିଏ କରିବ କହୁଛି

ଭତ୍ତା ଚାଉଳ ତ ମିଳୁଛି

ଆଉ କି ପର୍ବାଏ ରହିଛି

ଠାଆକୁ ଠାଆ ଭେଳା ଭେଳା

ତାସ ପାଲି ସକାଳେ ସଞ୍ଜରେ ବେଶ୍ ଜମୁଛି

ଅଳସୁଆ ହୋଇ ରୋଗକୁ କିଣୁଛି।


ପୁନେଇଁ ପରବ ସୁଖ ଆଉ କିବା

ଗାଁ ରେ କି ମିତ ରହିଛି

ପିଠା ପଣା କିଏ କରୁଛି

ଛକରୁ ଇଟିଲ ଭୁଗୁନି କିଣି ଖାଇଦେବା 

ନୁଡୁଲସ,କୁରକୁରୀ ବରାରେ କାମ ଚଲେଇବା

କିଏ ଏତେ ଝାମେଲାରେ ପଶୁଛି

ମା ପିଲାଙ୍କୁ ଏକଥା ବୁଝାଇ କହୁଛି।


ପାର୍ଟି ପଲିଟିସି କ୍ୟାନ୍ସର ପରି

ଗାଁ କୁ ମୋ ଖାଇ ଖାଇ ଯାଉଛି

କୁଜି ନେତାଙ୍କର ଯେତିକ ଛଇ ମାଡ଼

ଖାଇ ଗାଁ ଗଅଁ ଗଅଁ ହେଉଛି

 ମିତ ଲୋ ଗାଁ ରେ ଗଣ୍ଡଗୋଳ ରାଜୁତି କରୁଛି!

 କର୍ମକୁଢି ହୋଇ ଗାଁ ଯୁବଶକ୍ତି

 କଣ ଯୋଜନା ଆସିଲା ଟାକି ବସୁଛି।


ଗୋବର ଲିପା ପୋଛା କାନ୍ଥ କିବା

ଚାଳ ଛପର ସୁନ୍ଦର ଘର

ଦେଖିବାକୁ ସପନ ହେଉଛି

ଇନ୍ଦିରା ଆବାସ ଖଣ୍ଡକରେ

ଶୁଆ ବସା ରନ୍ଧା ବଢା ଚାଲିଛି

ଭାଗବତ ଘର ନାଁ କୁ ମାତର

ପୁରାଣ ପଢା ବଦଳେ ଚିଲମ ଧୂଆଁ ଉଠୁଛି।


ଭାଇ ଚାରା କିମ୍ବା ପଡିଶା ସୁଆଗ

କୁଆଡେ ହଜି ଯାଇଛି

ଟିକିଏ କଥାରେ ହାତା ହାତି ହୋଇ

ଥାନା ଯାଏ କଥା ଯାଉଛି

ମୁଁଣ୍ଡ ଫାଟୁଛି ନଲେ ମୁଣ୍ଡଟିଏ ଗଡୁଛି

ମଣିଷ ପଣିଆ ମୋ ଗାଁ ରୁ କିଏ ଲୋ ମିତ

ଚୋରାଇ ନେଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy